29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୨୪ ଘଣ୍ଟାରେ ଦିଲ୍ଲୀରେ ଆଉ ଏକ ଅଗ୍ନିକାଣ୍ଡ: ଜଳିଗଲା ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରି

୨୪ ଘଣ୍ଟାରେ ଦିଲ୍ଲୀରେ ଆଉ ଏକ ଅଗ୍ନିକାଣ୍ଡ: ଜଳିଗଲା ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ: ଶନିବାର ରାତିରେ ଦିଲ୍ଲୀର ନରେଲା ସ୍ଥିତ ଏକ ପ୍ଲାଷ୍ଟିକ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗର ୨୫ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ୍ ଟିମ୍ ମଧ୍ୟ ପହଞ୍ଚି ତନାଘନା ଆରମ୍ଭ କରିଛି । ତେବେ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ଫ୍ୟାକ୍ଟ୍ରି ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ସମୟରେ କାରଖାନାରେ କିଛି କର୍ମଚାରୀ ଫସି ରହିଥିବା ନେଇ ସୂଚନା ମିଳିଥିବା ବେଳେ ବହୁ ତନାଘନା ପରେ ସେଠାରେ କିନ୍ତୁ କାହାର ପତ୍ତା ମିଳିନଥିଲା । ପୋଲିସ ସୂଚନାନୁସାରେ, ଫ୍ୟାକ୍ଟ୍ରିରେ ବିଦ୍ୟୁତ୍ ସରବରାହ ନଥିବାରୁ କାରଖାନାରେ ଶନିବାର ସକାଳୁ ତାଲା ପକାଯାଇଥିଲା । ଅଗ୍ନିଶମ ବିଭାଗର ଅଧିକାରୀ ଏସ.କେ ଦୁଆ କହିଛନ୍ତି ଯେ ରାତି ପ୍ରାୟ ୯.୧୦ରେ ନରେଲାରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଛୁ। ଅନେକ ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ମଧ୍ୟମ ଅଗ୍ନିକାଣ୍ଡ ବୋଲି ଘୋଷଣା କରିଥିଲେ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଏହା ଅଗ୍ନିକାଣ୍ଡର ଦ୍ୱିତୀୟ ଘଟଣା ବୋଲି ଜଣାପଡ଼ିଛି । ଏହାପୂର୍ବରୁ ମୁଣ୍ଡକା ଅଞ୍ଚଳର ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଲ୍ଡିଂରେ ବହୁ ଅବ୍ୟବସ୍ଥା ହୋଇଥିବା କାରଣରୁ ଅଗ୍ନିକାଣ୍ଡ ସମୟରେ କାହାରିକୁ ଉଦ୍ଧାର କରାଯାଇପାରିନଥିବା ପୋଲିସ କହିଛି। ବିଲ୍ଡିଂର ତିନି ମାଲିକଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking