27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶମାଡିଆସୁଛି ଆଉ ଏକ ମହାମାରୀ, ସତର୍କ ରହିବାକୁ ଡବ୍ଲୁଏଚ୍‌ର ଚେତାବନୀ

ମାଡିଆସୁଛି ଆଉ ଏକ ମହାମାରୀ, ସତର୍କ ରହିବାକୁ ଡବ୍ଲୁଏଚ୍‌ର ଚେତାବନୀ

ଜେନିଭା: ମାଡିଆସୁଛି ଆଉ ଏକ ମହାମାରୀ । ସଜାଗ ରହିବାକୁ ଡବ୍ଲୁଏଚ୍‌ର ଚେତାବନୀ । କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ୱ । ଭୟାବହ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ବିଶ୍ୱବାସୀଙ୍କୁ ସତର୍କ କରାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରମୁଖ ଟେଡରସ ଘେବ୍ରେୟେସସ୍ । ଜେନିଭାରେ ଆୟୋଜିତ ୭୬ତମ ୱାର୍ଲଡ ହେଲଥ ଆସେମଲିରେ ଏ ନେଇ ଡବ୍ଲୁଏଚ୍ ପକ୍ଷରୁ ଏକ ରିପୋର୍ଟ ଦାଖଲ କରାଯାଇଛି ।

କରୋନା ମହାମାରୀରେ ବିଶ୍ୱରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି । କରୋନାକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିଲେ ବି ଆଗାମି ଦିନ ପାଇଁ ଆମକୁ ସତର୍କ ରହିବାକୁ ହେବ । ଆଗାମୀ ଦିନରେ ଭୟଙ୍କର ମହାମାରୀ ବିଶ୍ୱକୁ କବଳିତ କରିବା ଆଶଙ୍କା ରହିଛି । ନିର୍ଣ୍ଣାୟକ ଓ ସାମୁହିକ ଭାବେ ଏହାକୁ ପ୍ରତିହତ କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking