39.4 C
Bhubaneswar
Thursday, April 18, 2024
Homeଓଡିଶାକଟକ ଶିଶୁ ଭବନରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଶିଶୁ ଭବନରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକ ଶିଶୁ ଭବନରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । କଟକ ସ୍ଥିତ ଶିଶୁ ଭବନରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଜଗତସିଂହପୁର ଅଞ୍ଚଳରେ ଜଶେ ୬ ବର୍ଷୀୟ ଶିଶୁ ପୁତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ମିଳିଛି । ଗତକାଲି ଶିଶୁ ଭବନ ଆଇସୋଲେସନ ୱାର୍ଡ଼ରେ ଶିଶୁ ପୁତ୍ର ଜଣକ ଥିଲେ । ଆଜି ସ୍ୱାବ୍ ରିପୋର୍ଟ ଆସିବା ପରେ ଶିଶୁର ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଏନେଇ ଶିଶୁ ଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ ସୂଚନା ଦେଇଛନ୍ତି ।
କଟକରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ସରକାରଙ୍କ ଚିନ୍ତାର କାରଣ ପାଲଟଛି।  କଟକ ଶିଶୁଭବନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶିଶୁଭବନ ଆଉଟଡୋରକୁ ଦୁଇ ଦିନ ତଳେବନ୍ଦ କରି ଦିଆଯାଇଥିଲା । ଶିଶୁ ଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ କହିଛନ୍ତି ଯେ, ଶିଶୁ ଭବନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶିଶୁ ଭବନର ଆଉଟଡୋରକୁ ବନ୍ଦ କରି ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking