31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଆଜିଏଚ୍‌ରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ !

ଆଜିଏଚ୍‌ରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ !

ଭୁବନେଶ୍ୱର : ସୁନ୍ଦରଗଡ଼ରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଉରକଲୋ ଆଇଜିଏଚ୍‌ରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଣେ ୬୪ବର୍ଷୀୟ ବ୍ୟକ୍ତି ଶ୍ୱାସକ୍ରିୟରେ କଷ୍ଟ ଅନୁଭବ କରିବାରୁ ଆଜିଏଚ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ କରୋନା ଜନିତ ଚିକିତ୍ସା କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହେଲେ ତାଙ୍କ ମୃତ୍ୟୁ କରୋନା ଜନିତ ହୋଇଛି କି ଅନ୍ୟ କେଉଁ କାରଣରୁ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।

କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ହସ୍ପିଟାଲ୍‌ର ୩ଜଣ ଡାକ୍ତରଙ୍କ ସମେତ ୧୧ଜଣ ମେଡିକାଲ ଷ୍ଟାଫ୍‌ଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଯାଇଛି । ସମ୍ପୂର୍ଣ୍ଣ ହସ୍ପିଟାଲ୍‌କୁ ସାନିଟାଇଜ୍ କରାଯିବ ବୋଲି ସୂଚନା ମିଳିଛି । ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ପରେ କିଛି ଅଂଚଳକୁ ୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଘୋଷଣା କରିଛି ରାଉରକଲୋ ମହାନଗର ନିଗମ । ରାଉରକେଲା ସେକ୍ଟର ୧୬ନଂର ଏ-୧ଠାରୁ ଆରମ୍ଭ କରି ଏ-୧୨ପର୍ଯ୍ୟନ୍ତ ଏବଂ ଏ-୧୩ରୁ ଆରମ୍ଭ କରି ଏ-୩୬ପର୍ଯ୍ୟନ୍ତ ଅଂଚଳକୁ କଣ୍ଟେମେଣ୍ଟ ଘୋଷରା କରାଯାଇଛି । ଏହି ଅଂଚଳରେ ସମସ୍ତ ଜଳଖିଆ ଦୋକାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ରହିଛି । ସମସ୍ତ ଗାଡ଼ି ଚଳାଚଳକୁ ବାରଣର ସହ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking