26.1 C
Bhubaneswar
Friday, March 29, 2024
Homeଓଡିଶାଆଉ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩

ଆଉ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩

ଭୁବନେଶ୍ୱର : ରାଜ୍ୟରେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩ ରେ ପହଁଚିଛି | ଏହି ୧୧ ଜଣ କଳାହାଣ୍ଡି ଜିଲ୍ଲାର | ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି | କଳାହାଣ୍ଡିକୁ କରୋନା ପୁଣି ଫେରିଛି | ପୂର୍ବରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ | ଜିଲ୍ଲା ରେଡି ଜୋନ ତାଲିକାରୁ ବାଦ ପଡିଥିଲା ଓ ଜିଲ୍ଲାବାସି ଆଶ୍ଵସ୍ଥ ହୋଇଥିଲେ | ହେଲେ ପୁଣି ୧୧ ଜଣ ବାହାରିବା ପରେ ଚିନ୍ତା ବଢିଛି | ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ ଓ ଉଦବେଗର ବିଷୟ ହେଉଛି କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ଖାଇବା ଓ ବୁଝା ବୁଝି କରୁଥିବା ସର୍ଭିସ ପ୍ରୋଭାଇଡ଼ର ଆକ୍ରାନ୍ତ ହୋଇଛନ୍ତି | ଆନ୍ୟ ୧୦ ଜଣ ବାହାର ରାଜ୍ୟରୁ ଆସି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ | ଏମାନେ ମହାରାଷ୍ଟ୍ର,ଗୁଜୁରାଟ ଓ ଛତିଶଗଡ ଫେରନ୍ତା | ୭ ଜଣ ଲାଞ୍ଜିଗଡ ଓ 4 ଜଣ ସଗାଡ଼ା କ୍ୱାରେଣ୍ଟାଇନ ସେଣ୍ଟର ର | ଆକ୍ରାନ୍ତ ୧୧ଜଣଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି | ଆଜି ସକାଳେ ୭୪ ଜଣ ଚିହ୍ନଟ ହୋଇଥିବାନେଇ ସରକାର ସୂଚନା ଦେଇଥିଲେ | ଏହି ୧୧ ଜଣ ମିଶିଲେ ଆଜିର ସଂଖ୍ୟା ପହଁଚିଛି ୮୫ ରେ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking