39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗକୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାମ୍ନାରେ ଶହ ଶହ ସ୍ବାସ୍ଥ୍ୟ କର୍ମୀଙ୍କ ଧାରଣା

କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାମ୍ନାରେ ଶହ ଶହ ସ୍ବାସ୍ଥ୍ୟ କର୍ମୀଙ୍କ ଧାରଣା

କୋରାପୁଟ: କୋରାପୁଟ ଜିଲ୍ଲାରେ କୋରନା ମହାମାରୀ ଦିନକୁ ଦିନ ଉଗ୍ରରୂପ ଧାରଣକରିବା ସହ ରୋଗିଙ୍କ ସଂଖ୍ୟା ପ୍ରତ୍ୟେହ ବୃଦ୍ଧି ପାଉଥିବା ବେଳେ ମହାମାରୀର ଉଚିତ ମୁକାବିଲା କରିବାକୁ ବିଭିନ୍ନ ଅଞ୍ଚଳରେ ନୂତନ ନିଯୁକ୍ତି ମାନ ଦିଆଯାଇଥିଲା।ଏହି ନିଯୁକ୍ତି କ୍ରମେ କୋରାପୁଟ ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ମହିଳା ସ୍ଵାସ୍ଥ୍ୟ କର୍ମୀମାନେ ଯୋଗଦେଇଥିଲେ। ୨ମାସ କାର୍ଯ୍ୟ କଳର ଚୁକ୍ତି ନାମା କ୍ରମେ ଯୋଗଦେଇଥିବା ଉକ୍ତ ମହିଳା ମାନଙ୍କୁ ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି । କୋରାପୁଟ ଜିଲ୍ଲାର ଶତାଧିକ ମହିଳା ଏଏନଏମ କୋରାପୁଟ ଯାଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବୀ ପତ୍ରରେ ଏଏନଏମ ପଦରୁ ବହିଷ୍କୃତ କୋରାପୁଟ ଜିଲ୍ଲାର ସମସ୍ତ ଏଏନଏମ ମାନଙ୍କୁ ପୁନଃ ନିଯୁକ୍ତି ଦେବାପାଇଁ ଦାବି କରାଯାଇଛି। ତେବେ ଜିଲ୍ଲାପାଳ ଉକ୍ତ ଦାବୀ ପତ୍ରକୁ ସରକାରଙ୍କ ନିକଟକୁ ପଠାଇ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଉକ୍ତ ନବନିଯୁକ୍ତ ଏଏନଏମ ମାନଙ୍କୁ ଦୁଇ ମାସର ସମୟ ଦେଇ ମାତ୍ର ୨୮ ଦିନ ମଧ୍ୟରେ ଦରମା ନ ଦେଇ ପଦଚ୍ୟୁତ କରାଯିବା କେତେ ଦୂର ଯୁକ୍ତିଯୁକ୍ତ। ଏଠାରେ ଉଲ୍ଲେଖ କରାଯାଇପାରେ, ଉକ୍ତ ଏଏନଏମ ମହିଳା ମାନେ କାର୍ଯ୍ୟ ରେ ଯୋଗଦେବାପରେ ନିଜ ଛୋଟ ଛୋଟ ସନ୍ତାନ ଏବଂ ଘରଦ୍ୱାର ଭୁଲିଯାଇ, ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଦୁର୍ଗମ ପଥ ଦେଇ କରୋନା ରୋଗୀଙ୍କ ନିକଟକୁ ପହଞ୍ଚି ଯାଉଥିଲେ । ଏଭଳି ଦୁଃଖ ସମୟ ରେ ଧାରଣାରତ ଏଏନଏମ ମାନଙ୍କ ସମାଧାନ ନିମନ୍ତେ ଜୟପୁର ବିଜେପି ପ୍ରତିନିଧିଙ୍କ ଉପସ୍ତିତ ରୋହି କୋରାପୁଟ ଜିଲ୍ଲାପାଳ ମହଦୟଙ୍କ ସହ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking