ଭୁବନେଶ୍ୱରରେ ବ୍ୟାଙ୍କ ଡକାୟତି ଘଟଣା ; ଜଣେ ଗିରଫ

arrested

ଭୁବନେଶ୍ୱର : ଭୁବନେଶ୍ୱରର ମଞ୍ଚେଶ୍ୱର ବରୀମୁଣ୍ଡସ୍ଥିତ ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଲୁଟେରାକୁ ଗିରଫ କରାଯାଇଛି ବୋଲି କମିଶନରେଟ୍ ପୁଲିସର ସୋମବାର ସୂଚନା ଦେଇଛି । ଗିରଫ ଲୁଟେରା ଜଣକ ବରିମୁଣ୍ଡ ଟାଙ୍ଗୀବନ୍ତ ଅଞ୍ଚଳର ସୌମ୍ୟ ରଞ୍ଜନ ଜେନା । ତା’ପାଖରୁ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା, ବନ୍ଧୁକ ଓ ସ୍କୁଟି ଜବତ କରିଛି ପୁଲିସ । ଏହାସହ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିଶନରେଟ୍ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଉଦ୍ୟମ ଜାରି ରଖିଛି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୯ ତାରିଖରେ ବରୀମୁଣ୍ଡସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହି ଲୁଟ୍‌ ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି । ତେବେ ତଦନ୍ତରେ ବାଧା ଉପୁଜିବା ଦୃଷ୍ଟିରୁ ପୁଲିସ୍‌ ତା’ ନାମ ପ୍ରକାଶ କରିନାହିଁ। ଲୁଟ୍ ଘଟଣା ପରେ ସିସିଟିଭି ଓ ଅନ୍ୟ କିଛି ସୂତ୍ରରୁ ଲୁଟେରାକୁ ଚିହ୍ନଟ କରାଯାଇଥିଲା । ସ୍ପେସାଲ ସ୍କ୍ବାଡ୍ ଓ ତିନି ଥାନାଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here