32.1 C
Bhubaneswar
Thursday, March 28, 2024
Homeଓଡିଶାଉଦାହରଣ ସାଜିଲେ ଅନିମା ଓରାମ୍

ଉଦାହରଣ ସାଜିଲେ ଅନିମା ଓରାମ୍

ଲହୁଣୀପଡା : କଥା ରେ ଅଛି ଇଛା ଶକ୍ତି ଏବଂ ମନୋବଳ ଯଦି ଦୃଢ଼ ଅଛି ସବୁ କିଛି ଅସମ୍ଭବ କୁ ସମ୍ଭବ କରି ହୋଇ ଥାଏ । ଆମ୍ଭେ କହୁଛୁ ଜଣେ ମହୀୟସୀ ମହିଳାଙ୍କ କଥା । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ସ୍ଥିତ ବଣାଇ ବ୍ଲକ କଷଡା ଗ୍ରାମର ଅନିମା ଓରାମ୍ ବୟସ ମାତ୍ର( ୩୦) । ଦୁଇଟି ସନ୍ତାନର ଜନନୀ । ଦୁନିଆ ବିଷୟରେ ଜାଣିବା ପୂର୍ବରୁ ସ୍ୱାମୀ ଆରପାରିକୁ ଚାଲିଗଲେ । ଆହା କହିବାକୁ ପାଖରେ କେହି ନାହାନ୍ତି । କେବଳ ଛୋଟ ଛୋଟ ଦୁଇଟି ସନ୍ତାନ । ଜୁଆଡେ ଦେଖିଲେ ଅନିମାଙ୍କୁ ଅନ୍ଧାର ଦେଖାଯାଉଥାଏ । କେମିତି ଛୋଟ ଛୋଟ ପିଲାମାନଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବେ । ଛୁଆଙ୍କ ମୁହଁରେ ହସ ଟିକେ ଦେଖିବେ । ପିଲାଙ୍କୁ ଦୁଇ ଅକ୍ଷର ପାଠ ପଢାଇ ଭଲ ମଣିଷ କରିବ । କେମିତି ସେହି ଚିନ୍ତା ଦିନକୁ ଦିନ ବଢି ଚାଲିଥାଏ । ସ୍ୱାମୀ ଜୀବିତ ଥିବା ବେଳେ ଟ୍ରାକ୍ଟର ଖଣ୍ଡେ ଆଣି ଥିଲେ ଏବଂ ସେହି ଟ୍ରାକ୍ଟରକୁ ଚଳାଇ ତାଙ୍କ ୪ ପ୍ରାଣି କୁଟୁମ୍ବ ବେଶ୍ ହସଖୁସିରେ ଚଳି ଯାଉଥିଲେ । ଦିନେ ହଠାତ୍ ତାଙ୍କ ପରିବାର ଉପରେ କଳା ବାଦଲ ମାଡିଆସିଲା । ସ୍ୱାମୀ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ନିଃସହାୟ ହୋଇ ଗଲେ ଅନିମା । କ’ଣ କରିବେ କିଛି ବୁଦ୍ଧି ବାଟ ଦେଖି ପାରୁ ନଥିଲେ । ଚତୁର୍ଦ୍ଦିଗ ଅନ୍ଧାର ଦେଖାଯାଉଥିଲା । ଶେଷରେ ମନୋବଳକୁ ଦୃଢ଼ କଲେ ଏବଂ ସ୍ୱାମୀ ଶିକ୍ଷା ଦେଇ ଥିବା ଜଣେ ଚାଳକକୁ ଅର୍ଥାତ୍ ସେହି ଗ୍ରାମର ଜଣେ ଯୁବକକୁ ଗୁରୁ ଭାବରେ ବାଛି ନେଲେ । ଏବଂ ତାଙ୍କ ନିକଟରୁ ଟ୍ରାକ୍ଟର ଚଳାଇବା ସିଖିଲେ । ପ୍ରଥମ ବର୍ଷ ଟିକିଏ ଚଳାଇବା ପାଇଁ ଅସୁବିଧା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ହାତ ପୂରା ଫ୍ରି ହୋଇ ଯାଇଥିଲା । ବର୍ତ୍ତମାନ ୩ବର୍ଷ ହେବ ଟ୍ରାକ୍ଟର ଚଳାଇ ନିଜ ଜମିରେ ହଳ କରିବା ସହିତ ଅନ୍ୟମାନଙ୍କ ଜମିରେ ମଧ୍ୟ ହଳ କରି ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳୁଛି । ଟ୍ରାକ୍ଟର ଚଳାଇ ଟଙ୍କା ରୋଜଗାର କରି ବଡ ଝିଅକୁ ଦେବଗଡ଼ ଜିଲ୍ଲା ମିଶନ ବିଦ୍ୟାଳୟରେ ପାଠପଢ଼ାଉ ଥିବା ବେଳେ ସାନ ପୁଅକୁ ଗାଁ’ ଶିଶୁମନ୍ଦିରରେ ପାଠ ପଢାଉଛନ୍ତି । ଅନିମା ଉଚ୍ଚ ଶିକ୍ଷକତା ଥିବାରୁ ପାଠର ମୂଲ୍ୟ ବୁଝି ପାରି ଦୁଇ ଛୁଆଙ୍କୁ ପାଠପଢାଉ ଥିବା କହିଛନ୍ତି । ତାଙ୍କର ଏଭଳି ସାହସିକତା କାର୍ଯ୍ୟକୁ ଦେଖି ଅଞ୍ଚଳ ବାସୀ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଏବଂ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି । ଦୃତ ଇଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ବୋଲି ସେ କହିଛନ୍ତି । ତେବେ ସବୁଠାରୁ ବିଡମ୍ବନା ର ବିଷୟ ଅନିମା ବିଧବା ମହିଳା ଥିଲେ ମଧ୍ୟ ତାଙ୍କୁ ନା ମିଳିଛି ବିଜୁ ପକ୍କା ଘର ଟିଏ, ନା ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡେ । ତଥାପି ମନୋବଳ ଭାଙ୍ଗି ଯାଇ ନାହିଁ ତାଙ୍କର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking