31.1 C
Bhubaneswar
Wednesday, February 28, 2024
Homeଓଡିଶାପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ ଅନିମା କର

ପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ ଅନିମା କର

ଭୁବନେଶ୍ୱର: ପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ ଅନିମା କର । ୮୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ଯକୃତ ରୋଗରେ ପୀଡିତ ଥିଲେ ଅନିମା କର। ଏକ ଘରୋଇ ହସ୍ପିଟାଲରେ ଦୁଇ ତିନି ମାସ ତାଙ୍କର ଚିକିତ୍ସା ଚାଲିଥିଲା l ଅନିମା କାର ବହୁପ୍ରତିଭା ସମ୍ପନ ମହିଳା ଥିଲେ।

ବର୍ତ୍ତମାନର ରମାଦେବୀ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଅଧ୍ୟାପିକା ଭାବରେ ଚାକିରି କରିଥିଲେ । ରମାଦେବୀରେ କିଛି ସମୟ ପାଇଁ ଅଧ୍ୟକ୍ଷା ଦାଇତ୍ୱ ତୁଲାଇଥିଲେ ଅନିମା କର । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ଶିକ୍ଷାଦାନ ସହ ଗୀତ ଗାଇବାକୁ ବହୁତ ଭଲ ପାଉଥିଲେ । ଅଲ୍ ଇଣ୍ଡିଆ ରେଡ଼ିଓରେ ବି ଗୀତ ଗାଇଥିଲେ। ଜଣେ ମିଷ୍ଠlଭାସି, ସରଳ ସ୍ନେହୀ ଓ ପରୋପକାରୀ ମହିଳା ଥିଲେ ଅନିମା କର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking