27.8 C
Bhubaneswar
Friday, April 19, 2024
Homeଓଡିଶାଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

ଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳେ ଚିହ୍ନଟ ହୋଇଥିବା ୫୮ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା କରାଯାଇଛି । ଏ ନେଇ ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇଛନ୍ତି । ଆଜି ଅନୁଗୁଳ ଜିଲ୍ଲାକୁ କରୋନା ଛୁଇଁଛି । ଜିଲ୍ଲାରେ ୧୩ଜଣଙ୍କ ମଧ୍ୟରୁ ୧୧ଜଣ ସୁରଟ୍ ଫେରନ୍ତା ଜଣେ ମହାରାଷ୍ଟ୍ର ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଦିଆଯାଇଛି । ସେ ଭୁବନେଶ୍ୱରରେ ରୁହନ୍ତି । ସେ ନିକଟରେ ଅନୁଗୁଳ ଆସିଥିଲେ ଓ ବହୁ ଲୋକଙ୍କ ସହ ମିଶିଛନ୍ତି ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୨୦ଟି ଜିଲ୍ଲାରୁ ମୋଟ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୨ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, ଅନୁଗୁଳ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ନୟାଗଡ଼, କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking