26.7 C
Bhubaneswar
Friday, April 19, 2024
Homeଓଡିଶାଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ଖାଇଲେ ଖାଲି ଭାତ

ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ଖାଇଲେ ଖାଲି ଭାତ

ନବରଙ୍ଗପୁର : ମରିଗଲା ଅଙ୍ଗନବାଡି ଦିଦି ଙ୍କ ମାନବିକତା, କିଛି ଟଙ୍କା ଲୋଭରେ ଛୋଟ ଛୋଟ ନିରୀହ ଶିଶୁ ର ଖାଦ୍ୟ ଥାଳି ରେ ଦେଲେ ଖାଲି ଭାତ । ଶିଶୁ କୁ ଭାତ ସହ ଟିକେ ଲୁଣ ମଧ୍ୟ ଦେଲେ ନି ଅଙ୍ଗନୱାଡ଼ି କର୍ମୀ , ଲୁଣ ଟିକେ ପାଇଁ ମଧ୍ୟ ଶିଶୁ କୁ ପଠାଇଦେଲେ ଖାଦ୍ୟ ଥାଳି ସହ ଘରକୁ ।ଏହିପରି ଅଭାବନୀୟ ଚିତ୍ର ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଏ ଦୃଶ୍ୟ ହେଉଛି ଆଦିବାସୀ ଅଦ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଧାମନଗୁଡା ଅଞ୍ଚଳର।
ଛୋଟ ଶିଶୁଟି ହାତରେ ଭାତ ଥାଳି । ଅଣ୍ଡା ଦେବାର ଦିନ ହୋଇଥିଲେ ମଧ୍ଯ ଦିଆ ଯାଇନି । ଭଲ ଭାବରେ କଥା ହୋଇପାରୁନଥିବା କୁନି ଝିଅ ଟି କହୁଚି ଅଙ୍ଗନବାଡି କେନ୍ଦ୍ର ରେ ଦିଦି ତାକୁ ଦେଇଛନ୍ତି ଖାଲି ଶୁଖିଲା ଭାତ। ଭିଡ଼ିଓ ଟି ଏବେ ଭାଇରଲ ହେବାରେ ଲାଗିଛି। ପୃଷ୍ଟୀକର ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ତରଫରୁ ପ୍ରତିଦିନ ର ଏକ ଖାଦ୍ୟ ତାଲିକା ରହିଛି । ଏହି ଖାଦ୍ୟ ସାରଣୀ ଅନୁସାରେ ସୁସମ ଖାଦ୍ୟ ଅଙ୍ଗନୱାଡ଼ିରେ ଯୋଗାଇ ଦେଇଥାଏ କିନ୍ତୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡା ପଂଚାୟତ ଠାରେ ବୁଧୁବାର ଦିନ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।ଏହିଦିନ ଶିଶୁ ଙ୍କୁ ଭାତ ସହ ଅଣ୍ଡା ତରକାରୀ ଦେବାର ଖାଦ୍ୟ ସାରଣୀ ରେ ଉଲ୍ଲେଖ ଥିଲେ ମଧ୍ୟ ଧାମନଗୁଡା ଅଙ୍ଗନୱାଡ଼ି କେନ୍ଦ୍ର ରେ ଖାଲି ଭାତ ଦିଆଯାଇଥିଲା । ଏହି ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ଘଟଣା ପଦା କୁ ଆସିଥିଲା ।
ଏହି ଘଟଣାର ସତ୍ୟା ସତ୍ୟ ସମ୍ପର୍କରେ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିବାରୁ ଜଣାପଡିଲା ଯେ ଧାମନଗୁଡା ର ଅଙ୍ଗନୱାଡ଼ି କେନ୍ଦ୍ର ର କର୍ମୀ ଜଣଙ୍କ ଘଟଣା ଦିନ ଅଙ୍ଗନୱାଡ଼ି କେନ୍ଦ୍ର କୁ ବିଲକୁଲ ଯାଇନଥିଲେ କିମ୍ବା ଖାଦ୍ୟ ସାରଣୀ ଅନୁଯାୟୀ ପିଲାଙ୍କୁ ଖାଦ୍ୟ ନଦେଇ ଖାଲି ଭାତ ଦେଇ ଖାଦ୍ୟ ଥାଳି ସହ ଘରକୁ ପଠାଇ ଦେଇଥିଲେ । ଏହା ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଅଙ୍ଗନବାଡ଼ି କର୍ମୀ ମୋନାଇ ଭତ୍ରା ନିୟମିତ ଅଙ୍ଗନବଡୀ କେନ୍ଦ୍ର କୁ ଆସନ୍ତି ନାହିଁ କିମ୍ବା ଖାଦ୍ୟ ତାଲିକା ଅନୁଯାୟୀ ଶିଶୁଙ୍କୁ ଖାଦ୍ୟ ଦିଅନ୍ତି ନାହିଁ । ଏ ସମ୍ପର୍କରେ ଗ୍ରାମବାସୀ କେହି ପଚାରିଲେ ଗାଳି ଗୁଳଜ କରିବା ସହ ମୁଁ ଘରୁ ଆଣିକି ଦେବିକି ବୋଲି ଯୁକ୍ତି କରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking