28.1 C
Bhubaneswar
Thursday, March 28, 2024
Homeଓଡିଶାଅଙ୍ଗନୱାର୍ଡି କର୍ମୀ ଚୟନ ବିଜ୍ଞାପନ ବାତିଲ ଦାବି

ଅଙ୍ଗନୱାର୍ଡି କର୍ମୀ ଚୟନ ବିଜ୍ଞାପନ ବାତିଲ ଦାବି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ ଘାଗରାମୁଣ୍ଡା ପଂଚାୟତ ଅନ୍ତର୍ଗତ ଅସନବାହାଳି ଗ୍ରାମ ମଲାରସରୁଆ ସାହିରେ ଅଙ୍ଗନୱାର୍ଡି ଚୟନ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନକୁ ନେଇ ଦ୍ୱନ୍ଦ ଦେଖାଦେଇଥିଲା । ଫଳରେ ଉକ୍ତ ଚୟନ ପ୍ରକ୍ରିୟାକୁ ବାତିଲ କରିବା ଗ୍ରାମବାସୀ କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୁଚନା ମୁତାବକ, କଙ୍କଡାହାଡ ବ୍ଲକ୍ ଅସନବାହାଳି ଗ୍ରାମ ମଲାରସରୁଆ ସାହିରେ ଥିବା ଅଙ୍ଗନୱାର୍ଡି କେନ୍ଦ୍ରରେ କର୍ମି ନିଯୁକ୍ତି ପାଇଁ କଙ୍କଡାହାଡ ସିଡିପିଓ ବିଜ୍ଞପ୍ତି ଜାରି କରିଥିଲେ। ଆଶୟୀ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିବେ ସେଥିରେ ନିର୍ଦେଶ ଥିଲା । ତେବେ ପ୍ରକାଶିତ ବିଗ୍ୟାଂପନରେ ପଂଚାୟତର ନାମ ଘାଗରାମୁଣ୍ଡା ପରିବର୍ତେ ବିରିବୋଲେଇ ଦର୍ଶାଯାଇଥିଲା । ପଂଚାୟତର ନାମକୁ ଦ୍ୱନ୍ଦ ଦେଖାଦେଇଥିଲା । ଫଳରେ ଆଶାୟୀ ମାନେ ଆବେଦନ କରିପାରି ନଥିଲେ । ତୃଟିପୁର୍ଣ୍ଣ ବିଜ୍ଞାପନକୁ ନେଇ ଏଭଳି ସମସ୍ୟା ଦେଖାଦେଇଥିଲା । ତେଣୁ ପୁନର୍ବାର ବିଙ୍ଗ୍ୟପ୍ତି ଜାରି କରିବା ପାଇଁ ଗ୍ରାମର ଆରତି ତିରିଆ, ସାଲୁକା ବବଙ୍ଗା, ସୁର୍ଯ୍ୟ ବବଙ୍ଗା, ଶୁଭ ବବଙ୍ଗା, ପାର୍ବତୀ କୁଙ୍କଲା ପ୍ରମୁଖ ଦାବୀ କରିଛନ୍ତି । ଏ ସଂକ୍ରାନ୍ତରେ ତଦନ୍ତ କରାଯିବ ବୋଲି କାମାକ୍ଷାନଗର ଉପଜିଳ୍ଲାପାଳ ଜ୍ୟୋତିଶଙ୍କର ସାହୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking