28.1 C
Bhubaneswar
Thursday, March 28, 2024
Homeଅପରାଧଅଙ୍ଗନୱାଡ଼ି କର୍ମୀଙ୍କୁ ନିର୍ମମ ହତ୍ୟା

ଅଙ୍ଗନୱାଡ଼ି କର୍ମୀଙ୍କୁ ନିର୍ମମ ହତ୍ୟା

କୋରାପୁଟ: ଅଙ୍ଗନୱାଡ଼ି କର୍ମୀଙ୍କୁ ନିର୍ମମ ହତ୍ୟା । ରକ୍ତ ଜୁଡୁବୁଡୁ ମୃତ ଶରୀର ପଡି ରହିଛି । ଘଟଣା ଘଟିଛି କୋରାପୁଟ କୋଟପାଡ ଅଞ୍ଚଳରେ । ଯାହା ଜଣାପଡ଼ିଛି ଗତକାଲି ରାତି ପ୍ରାୟ ୧୦ଟା ବେଳେ ପଡ଼ୋଶୀ ସନ୍ତୋଷ ସରାବୁ ନାମକ ଯୁବକ ଘଟାଇଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଅଙ୍ଗନୱାଡ଼ି କର୍ମୀ ବାସନ୍ତୀ ସାଉର ନିଜ ଘରେ ଶାଶୁ ଏବଂ ୫ ବର୍ଷର ଛୁଆ ସହ ରହୁଥିଲେ । ତାଙ୍କ ସ୍ୱାମୀ ଦାଦନ ଖଟିବାକୁ ୨ ମାସ ହେବ କେରଳ ଯାଇଛନ୍ତି । ଏହି ସୁଯୋଗରେ ସନ୍ତୋଷ ବାସନ୍ତୀ ନାୟକଙ୍କ ପାଚେରୀ ଡେଇଁ ଛପିରହି ଥିଲା ।

ରାତି ପ୍ରାୟ ୧୦ଟା ବେଳକୁ ବାସନ୍ତୀ ଶୌଚ କରିବାକୁ ଯାଇଥିବା ସମୟରେ ତାଙ୍କ ଉପରେ ଛୁରାରେ ଅତର୍କିତ ଆକ୍ରମଣ କରିଥିଲା । ଏହାପରେ ସେଠାରୁ ତୁରନ୍ତ ଫେରାର ହୋଇଯାଇଥିଲା । ଗୁରୁତର ଆହତ ହୋଇଥିବା ବାସନ୍ତୀଙ୍କୁ ଗାଁ ଲୋକେ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘାଷଣା କରିଥିଲେ ।

ସୂଚନାଯୋଗ୍ୟ, ମୃତକ ବାସନ୍ତୀ ଓ ତାଙ୍କ ପରିବାର ୬ ମାସ ପୂର୍ବରୁ ଅଭିଯୁକ୍ତ ସନ୍ତୋଷଙ୍କ ନାଁରେ ଅଭିଯୋଗ କରିଥିଲେ । ବାସନ୍ତୀଙ୍କୁ ସନ୍ତୋଷ ଅଶ୍ଳୀଳ ମେସେଜ ପଠାଇବାର ଅଭିଯୋଗ ରହିଥିଲା । ଏହି ଘଟଣାରେ ସନ୍ତୋଷ ଦୁଇଦିନ ହାଜତରେ ରହିବା ପରେ ଆପୋଷ ବୁଝାମଣା ହୋଇଥିଲା । ସନ୍ତୋଷ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିବା ପରେ ମୁକୁଳି ଥିଲେ । କାଲିର ଘଟଣା ପରେ ପୋଲିସ ଆଜି ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରିଛି । ଅଭିଯୁକ୍ତ ସନ୍ତୋଷକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking