28.1 C
Bhubaneswar
Friday, March 29, 2024
Homeଓଡିଶାଅଙ୍ଗନୱାଡି ଦିଦିଙ୍କ ସମ୍ପତି ୪ କୋଟି

ଅଙ୍ଗନୱାଡି ଦିଦିଙ୍କ ସମ୍ପତି ୪ କୋଟି

ଭୁବନେଶ୍ୱର : ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନୱାଡ଼ି ଦିଦି କବିତା ମଥାନଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । କୁବେର ଅଙ୍ଗନୱାଡ଼ି  ଦିଦିଙ୍କର ୪ କୋଟିର ସଂପତ୍ତି ଠାବ ହୋଇଛି । ତାଙ୍କର ଭୁବନେଶ୍ୱରରେ ୪ଟି କୋଠା ରହିଛି । ତା’ ଭିତରେ ଗୋଟିଏ ୪ ମହଲା, ଗୋଟିଏ ୩ ମହଲା ଓ ୨ଟି ୨ ମହଲା କୋଠା ରହିଛି । ଭୁବନେଶ୍ୱରରେ ୧୦ଟି ପ୍ଲଟ ସହ ମୋଟ ୧୪ ପ୍ଲଟ ଠାବ ହୋଇଛି । ଜଗତସିଂହପୁର ତଳକୁସୁମାରେ ୩ଟି ଓ ବାଲିଅନ୍ତାରେ ଗୋଟିଏ ପ୍ଲଟ ମଧ୍ୟ ରହିଛି । ଗୋଟିଏ କାର, ୩ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷର ବୀମା ଠାବ ହୋଇଛି । ଏହା ବ୍ୟତୀତ ଦିଦିଙ୍କ ଘରୁ ୬ ଲକ୍ଷ ୩୬ ହଜାର ମୂଲ୍ୟର ୨୧୨ ଗ୍ରାମ ସୁନା ମିଳିଛି । ଆଜି ଭିଜିଲାନ୍ସର ୧୦ ଡିଏସ୍‌ପି ଓ ୫ ଇନ୍ସପେକ୍ଟର ରେଡ୍ କରିଥିଲେ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପକଣ୍ଠ କୋରଡକଣ୍ଟା ଅଙ୍ଗନୱାଡ଼ି କର୍ମୀ କବିତା ମାଥନଙ୍କ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା । ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ୬ଟି ସ୍ଥାନରେ ହୋଇଥିବା ରେଡ୍ ହୋଇଥିଲା । ଭୁବନେଶ୍ୱରରେ ଦିଦିଙ୍କ ୪ଟି ଘର ରହିଛି । ସେହିଭଳି ୧୪ଟି ପ୍ଲଟ ମଧ୍ୟରୁ ୧୦ଟି ଜାଗା ଭୁବନେଶ୍ୱରରେ ରହିଛି । ଜଗତସିଂହପୁର ତାଳକସୁମାରେ ୩ଟି ପ୍ଲଟ, ବାଲିଅନ୍ତାରେ ଗୋଟିଏ ପ୍ଲଟ ଅଛି । କୋଟିପତି ଅଙ୍ଗନୱାଡ଼ି ଦିଦିଙ୍କ ସ୍ୱାମୀ ତହସିଲ କାର୍ଯ୍ୟାଳୟର ଜଣେ ମହୁରିଅର । ଉଭୟେ ସ୍ୱଳ୍ପ ବେତନଭୋଗୀ ସତ୍ତ୍ୱେ ଏତେ ପରିମାଣର ସମ୍ପତ୍ତିର ମାଲିକ କିଭଳି ହେଲେ ତାହାର ଅନୁସନ୍ଧାନ କରୁଛି ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking