40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଖୋଲିବ ଅଙ୍ଗନବାଡି କେନ୍ଦ୍ର

ଖୋଲିବ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର : ଦିର୍ଘ ଦିନର ବନ୍ଦ ପରେ ଆସନ୍ତା କାଲିଠାରୁ ଖୋଲିବାକୁ ଯାଉଛି ଅଙ୍ଗନ ବାଡି କେନ୍ଦ୍ର । ରାଜ୍ୟ ସରକାରଙ୍କ ତରଫରୁ ଗତ ଶନିବାର ଦିନ ଫେବୃଆରୀ ମାସ ପାଇଁ ନୂତନ ଗାଇଡ ଲାଇନ ଜାରି କରାଯାଇଛି । ଏଥିରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହାସହ ଏକ ସ୍ୱତନ୍ତ୍ର ଏସଓପି ମଧ୍ୟ ଜାରି କରାଯାଇଛି ।

ତେବେ ସୋମବାର ଠାରୁ ପ୍ରତିଦିନ ୨ ଘଣ୍ଟା ପାଇଁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଖୋଲିବ । ଏହି ସମୟରେ ଛୋଟପିଲା ମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ସୂଚନା ଦେଇଛି ।

ଏହି କେନ୍ଦ୍ର ଗୁଡିକ ସକାଳ ୯ ଟାରୁ ଦିନ ୧୧ ଟା ଯାଏଁ ଖୋଲା ଯିବ । ଏହି ଅଙ୍ଗନବାଡିି କେନ୍ଦ୍ର ଗୁଡିକରେ କୋରନା କଟକଣାକୁ କଠୋର ଭାବେ ପାଳନ କରାଯିବା ସହିତ ବାହାର ଲୋକଙ୍କୁ ଭିତରକୁ ପ୍ରବେଶ କରାଯିବ ନାହିଁ । ଏହା ସହ ମାସ୍କ , ସାନିଟାଇଜରର ବ୍ୟବହାର ଓ ସାମଜିକ ଦୂରତାର ପାଳନ ବାଧ୍ୟତାମୂଳକ କରାଯିବ । ଯେଉଁ ପିଲା ମାନଙ୍କୁ ଥଣ୍ଡା,ଜ୍ୱର କିମ୍ବା ଅନ୍ୟ ଦେହ ଖରାପର ଲକ୍ଷଣ ଦେଖାଯିବ ସେମାନଙ୍କ ଘରେ ରାସନ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ଏନେଇ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking