26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଅଙ୍ଗନବାଡି କର୍ମୀଙ୍କୁ ମିଳିନି କରୋନା ଜରୁରୀକାଳୀନ ଖାଦ୍ୟ ଖର୍ଚ୍ଚ ଅର୍ଥ ରାଶି

ଅଙ୍ଗନବାଡି କର୍ମୀଙ୍କୁ ମିଳିନି କରୋନା ଜରୁରୀକାଳୀନ ଖାଦ୍ୟ ଖର୍ଚ୍ଚ ଅର୍ଥ ରାଶି

ଗୁଣୁପୁର :ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ବାହସ୍ପଟ । ରାଜ୍ୟରେ କୋଭିଡ ପରିଚାଳନା ଅନ୍ୟ ରାଜ୍ୟ ତୁଳନାରେ ବେଶ ଆଗରେ ବୋଲି ପ୍ରଚାର କରୁଥିବା ସରକାର କିଭଳି କରନା ମୁକାବିଲା କରୁଛନ୍ତି ତାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ସମନ୍ବିତ ଶିଶୁ ବିକାଶ ଯୋଜନାରେ । କୋଭିଡ ମହାମାରୀ ବ୍ୟାପିବା ସମୟରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଅଙ୍ଗନବାଡି କର୍ମୀଙ୍କୁ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ତରଫରୁ ନିର୍ଦେଶ ଦିଆଯାଇଥିଲା । ଏହାର ଖର୍ଚ୍ଚ ବିଭାଗ ପକ୍ଷରୁ ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଥିଲା । ଦୈନିକ 60 ଟଙ୍କା ହିସାବରେ ଦୁଇ ଓଳା ଖାଇବାକୁ ଦେବାକୁ ବ୍ୟବସ୍ଥା ରହିଥିଲା । ଏହି କ୍ରମରେ ଗୁଣୁପୁର ଡମ୍ବସରା ସର୍କଲ ରେ ଏପ୍ରିଲ ପହିଲା ରୁ ମେ ମାସ 17 ତାରିଖ ଯାଏଁ କର୍ମୀ ମାନେ ନିଜ ଖର୍ଚ୍ଚରେ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ । ବିଭାଗ ପକ୍ଷରୁ ମାତ୍ର 4 ଦିନର ଚାଉଳ ଓ ମସଲା ଦିଆଯାଇଥିଲା । ହେଲେ ଆଜି ଯାଏଁ ଏହି କର୍ମୀ ମାନଙ୍କୁ ଏବବାଦୀୟ ଖର୍ଚ୍ଚ ଅର୍ଥ ରାଶି ମିଳିନଥିବା ଅଭିଯୋଗ କରିଛନ୍ତି । କର୍ମୀମାନେ ଦୋକାନ ରେ ବାକି ବୁକର କରି ଖର୍ଚ୍ଚ କରିଥିବା ବେଳେ ଏବେ ଦୋକାନୀ ଟଙ୍କା ମାଗୁଥିବା ବେଳେ ଆମେ କେଉଁଠୁ ଆଣି ବାକି ପରିଶୋଧ କରିବୁ ବୋଲି କହିଛନ୍ତି । ଏନେଇ ଏକ ସ୍ମାରକପତ୍ର ଗୁଣୁପୁର ସମନ୍ବିତ ଶିଶୁ ବିକାଶ ଅଧିକରିଣୀ ଙ୍କୁ ପ୍ରଦାନ କରାଯାଇଛି । କେଉଁଠି ତୃଟି ରହିଛି ତାହାକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସିଡ଼ିପିଓ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking