23.1 C
Bhubaneswar
Saturday, February 8, 2025
Homeଖେଳଅବସର ନେବେ ଆଣ୍ଡି ମରେ!

ଅବସର ନେବେ ଆଣ୍ଡି ମରେ!

ଦୁବାଇ: ବ୍ରିଟିଶ୍ ଟେନିସ୍ ଷ୍ଟାର୍ ଆଣ୍ଡି ମରେ ଆଗାମୀ କିଛି ମାସ ମଧ୍ୟରେ ଅବସର ନେଇପାରନ୍ତି । ଦୁବାଇ ଟେନିସ୍ ଚାମ୍ପିଅନ୍‌ଶିପ୍‌ର ପ୍ରଥମ ମ୍ୟାଚ୍‌ରେ ଜିତିବା ପରେ ସେ ଏହି ସଙ୍କେତ ଦେଇଛନ୍ତି । ସୋମବାର ପୂର୍ବତନ ବିଶ୍ୱର ନଂ.-୧ ମରେ ନିଜର ପ୍ରଥମ ମ୍ୟାଚ୍‌ରେ ପଛୁଆ ରହିବା ସତ୍ତ୍ୱେ ପ୍ରତ୍ୟାବର୍ତ୍ତନ କରି ଡେନିସ୍ ଶାପୋଭାଲୋଭ୍‌ଙ୍କୁ ୪-୬, ୭-୬ (୭/୫), ୬-୩ରେ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ବିଜୟ ପରେ ମରେ କହିଛନ୍ତି, ମୋ ନିକଟରେ ସମୟ ନାହିଁ ଏବଂ ଆଗାମୀ କିଛି ମାସ ମଧ୍ୟରେ ଯେତେ ସମ୍ଭବ ଉନ୍ନତ ପ୍ରଦର୍ଶନ କରିବି । ସେ ଆହୁରି କହିଛନ୍ତି, ଏବେ ବି ପ୍ରତିଦ୍ୱନ୍ଦ୍ୱିତାକୁ ମୁଁ ପସନ୍ଦ କରେ । ତେବେ ବୟସ ବୃଦ୍ଧି ସହିତ ଯୁବ ଖେଳାଳିଙ୍କୁ ମୁକାବିଲା କରିବା ଏବଂ ଶରୀରକୁ ଫିଟ୍ ରଖିବା ବହୁ କଠିନ ହୋଇପଡ଼ୁଛି । ଏହି ବିଜୟ ସହ ଆଣ୍ଡି ମରେ ହାର୍ଡ କୋର୍ଟରେ ୫୦୦ତମ ବିଜୟ ହାସଲ କରିଛନ୍ତି । ଏହି ଉପଲବ୍ଧି ହାସଲ କରିବାରେ ସେ ରୋଜର୍ ଫେଡେରର୍‌, ନୋଭାକ୍ ଜୋକୋଭିଚ୍‌, ଆନ୍ଦ୍ରେ ଆଗାସୀ ଓ ରାଫେଲ୍ ନାଡାଲ୍‌ଙ୍କ ସମକକ୍ଷ ହୋଇଛନ୍ତି । ମରେ ତାଙ୍କ କ୍ୟାରିୟର୍‌ରେ ଦୁଇଥର ୱିମ୍ବଲଡନ୍ ଓ ଥରେ ୟୁଏସ୍ ଓପନ୍ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking