28.1 C
Bhubaneswar
Friday, March 29, 2024
Homeଖେଳକାର୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ଆଣ୍ଡ୍ର୍ୟୁ ସାଇମଣ୍ଡସ

କାର୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ଆଣ୍ଡ୍ର୍ୟୁ ସାଇମଣ୍ଡସ

ନୂଆଦିଲ୍ଳୀ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଆଣ୍ଡ୍ର୍ୟୁ ସାଇମଣ୍ଡସ । ଶନିବାର ବିଳମ୍ବିତ ରାତିରେ କ୍ୱିନସଲ୍ୟାଣ୍ଡରେ ସାଇମଣ୍ଡସଙ୍କ କାର୍ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ସମୟରେ ସାଇମଣ୍ଡସ୍ କାରରେ ଏକା ଉପସ୍ଥିତ ଥିଲେ । ଜରୁରୀ କାଳୀନ ମେଡିକାଲ ଟିମ୍ ପକ୍ଷରୁ ତାଙ୍କୁ ବଞ୍ଚାଇବାର ସମସ୍ତ ପ୍ରୟାସ କରାଯାଇଥିଲେ ହେଁ ଏହା ନିଷ୍ଫଳ ହୋଇଥିଲା । କାରଟି ଦୁର୍ଘଟଣାର ଶିକାର ହେବା ସହିତ ରାସ୍ତାରୁ ଗଡି ଗଡି ଯାଇଥିଲା । ସାଇମଣ୍ଡସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ସଭାପତି ଲାକଲାନ ହେଣ୍ଡରସନ୍ ।

ଅଷ୍ଟ୍ରେଲିଆ କ୍ରିକେଟ ଜଣେ ତାରକା ଖେଳାଳିଙ୍କୁ ହରାଇଲା ବୋଲି ହେଣ୍ଡରସନ୍ କହିଛନ୍ତି । ୧୯୯୮ରେ ଅଷ୍ଟ୍ରେଲିଆ ପାଇଁ ପଦାର୍ପଣ କରିଥିବା ସାଇମଣ୍ଡସ ୨୦୦୯ ଯାଏଁ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିଲେ । ୪୬ ବର୍ଷୀୟ ସାଇମଣ୍ଡସ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ ଓ ୧୯୮ଟି ଦିନିକିଆ ମୁକାବିଲା ଖେଳିଛନ୍ତି । ୨୬ଟେଷ୍ଟରୁ ସେ ୧୪୬୨ ରନ୍ କରିବା ସହିତ ୨୪ଟି ୱିକେଟ୍ ନେଇଛନ୍ତି । ଏହା ମଧ୍ୟରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସାମିଲ ରହିଛି । ଏହା ସହିିତ ୧୯୮ଟି ଦିନିକିଆରୁ ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ସହିତ ୩୯୭୫ ରନ୍ କରିଥିଲେ ସାଇମଣ୍ଡସ । ଏହା ସହିତ ୧୩୩ଟି ୱିକେଟ ମଧ୍ୟ ନେଇଛନ୍ତି । ୨୦୦୩ ଏବଂ ୨୦୦୭ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ରହିଥିଲେ ସାଇମଣ୍ଡସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking