40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଓଡ଼ିଶାରେ ଆନ୍ଧ୍ରର ତାଲିବାନୀ ଶାସନଓଡ଼ିଶାରେ ଆନ୍ଧ୍ରର ଦାଦାଗିରି

ଓଡ଼ିଶାରେ ଆନ୍ଧ୍ରର ତାଲିବାନୀ ଶାସନଓଡ଼ିଶାରେ ଆନ୍ଧ୍ରର ଦାଦାଗିରି

ପାରଳାଖେମୁଣ୍ଡି: ପଡୋଶୀ ଆନ୍ଧ୍ରପ୍ରଦେଶର ବର୍ବରତା ଓ ଓଡିଶା ପ୍ରତି ହେୟ ମନୋଭାବ ପୋଷଣ କରିବା ଦିନକୁ ଦିନ ବଢିଚାଲିଛି ଗତକାଲି ଠାରୁ ଓଡିଶାର ମାଣିକପାଟଣା ଗ୍ରାମରେ ଆନ୍ଧ୍ର ସଶସ୍ତ୍ର ପୋଲିସ ମୁତୟନ କରି ଓଡିଶା ମଧ୍ୟରେ ଆନ୍ଧ୍ର ତାଲିବାନୀ ଶାସନ ଆରମ୍ଭ କରିଛି । ଆନ୍ଧ୍ରର ଏହି ପୋଲିସ ମୁତୟନ ଓ ପ୍ରତ୍ୟେକ ୨ଘଣ୍ଟାରେ ଥରେ ଆନ୍ଧ୍ର ପୋଲିସର ପଇଁତରା ବ୍ୟବସ୍ଥାକୁ ଦେଖି ଅଞ୍ଚଳବାସୀ ଭୟ ଓ ଆତଙ୍କିତ ହୋଇପଡିଛନ୍ତି । ମାଣିକପାଟଣା ଗ୍ରାମଟି ଓଡିଶାର ରାଜସ୍ୱ ଗ୍ରାମ ହେଲେ ମଧ୍ୟ ଏଠାରେ ଆନ୍ଧ୍ର କିପରି ପୋଲିସ ମୁତୟନ କଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଗତ ୯ ତାରିଖ ଦିନ ଓଡିଶାର ମାଣିକପାଟଣାରେ ସିଲ୍ ରହିଥିବା ଅଙ୍ଗନବାଡି କେନ୍ଦ୍ରକୁ ପଲାସା ବିଧାୟକ ତଥା ଆନ୍ଧ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ କେ. ଆପାଲାରାଜୁ ସିଲ୍‌କୁ ବେନିୟମ ଭାବେ ଜବରଦସ୍ତ ଖୋଲି କିଛି ଆନ୍ଧ୍ର ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ହିତାଧିକାରୀଙ୍କୁ ଜବରଦସ୍ତି ଡାକି ଆଣି ଅଣ୍ଡା ବାଣ୍ଟିବା ସହ ପାଠ ପଢାଇଥିଲେ । ଏହି ଘଟଣା ନେଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ତ୍ୱରିତ ପଦକ୍ଷେପ ଗ୍ରହଣ କରି ଗଜପତି ଏଡିଏମ୍ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାର ଅନୁଧ୍ୟାନ ପାଇଁ ପଠାଇଥିଲେ । ଗଜପତିର ଏହି ଟିମ୍ ଘଟଣାସ୍ଥଳରେ ପହଞ୍ôଚବା ପରେ ସମ୍ପୃକ୍ତ ଆନ୍ଧ୍ରମନ୍ତ୍ରୀ ଗଜପତିର ପ୍ରଶାସନିକ ଅଧିକାରୀମାନଙ୍କୁ ଧମକ ଦେବା ସହ ଅତ୍ୟନ୍ତ ଅଶୋଭନୀୟ ଆଚରଣ କରିଥିଲେ । ଏଭଳିକି ଘଟଣାସ୍ଥଳରୁ ଗଜପତି ପ୍ରଶାସନିକ ଅଧିକାରୀମାନଙ୍କୁ ଗିରଫ କରାଯାଉ ବୋଲି ଉପସ୍ଥିତ ଆନ୍ଧ୍ର ପୋଲିସମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଏଭଳି ଆଚରଣ ଓ ଧମକ ଆଦି ସାରା ରାଜ୍ୟରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅନେକେ ଆନ୍ଧ୍ରମନ୍ତ୍ରୀଙ୍କ ଏହି ବର୍ବରତାକୁ ପାକିସ୍ଥାନ କିମ୍ବା ତାଲିବାନୀମାନଙ୍କ ଭଳି ଏହି ଆନ୍ଧ୍ରମନ୍ତ୍ରୀ ବ୍ୟବହାର କରୁଛନ୍ତି ବୋଲି ଅନେକ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି । ଘଟଣାର ଦୃଢ ନିନ୍ଦା କରିବା ସହ ଓଡିଶା ସରକାରଙ୍କୁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମତ ବ୍ୟକ୍ତ କରିଥିଲେ । ହେଲେ ଏହି ଘଟଣାର ମାତ୍ର ୨ ଦିନ ନ ପୁରୁଣୁ ଆନ୍ଧ୍ରର ଏହି ମନ୍ତ୍ରୀ ଆପାଲାରାଜୁଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ୧୧ ତାରିଖ ଅପରାହ୍ନ ଠାରୁ ଓଡିଶାର ମାଣିକପାଟଣା ଗ୍ରାମରେ ପୋଲିସ ମୁତୟନ କଲା ଆନ୍ଧ୍ର । ମାଣିକପାଟଣା ଗ୍ରାମର ମଧ୍ୟଭାଗରେ ପୋଲିସ ଏକ ଅସ୍ଥାୟୀ ଟେଣ୍ଟ ଦ୍ୱାରା ଆନ୍ଧ୍ର ପୋଲିସକୁ ସଶସ୍ତ୍ରଭାବେ ମୁତୟନ କରିଛନ୍ତି । ଏଠାରେ ମୋଟ ୬ଜଣ ଆନ୍ଧ୍ର ପୋଲିସ ଯବାନ ସଜାଗ ରହିଛନ୍ତି । ୪ଜଣ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ରରେ ସଜାଗ ହୋଇ ରହିଥିବା ବେଳେ ଅନ୍ୟ ୨ଜଣ ସାଦା ପୋଷାକରେ ମୁତୟନ ଅଛନ୍ତି । ପ୍ରତି ୨ଘଣ୍ଟାକୁ ଥରେ ମାଣିକପାଟଣା ଗ୍ରାମ ନିକଟରେ ଥିବା ଆନ୍ଧ୍ର ମଞ୍ଜୁଷା ପୋଲିସର ଏକ ପାଟ୍ରୋଲିଂ ଟିମ୍ ଏକ ଗାଡିରେ ବାରମ୍ବାର ମାଣିକପାଟଣା ଗ୍ରାମର ଚତୁଃପାଶ୍ୱର୍ରେ ପଇଁତରା ମାରିବା ସହ ଲୋକଙ୍କୁ ଭିନ୍ନ ଭିନ୍ନ ଭାବେ ଭୟଭୀତ କରୁଛନ୍ତି । ଯଦ୍ୱାରା ମାଣିକପାଟଣା ଗ୍ରାମର ଲୋକେ ନିଜ ନିଜ ଘରୁ ବାହାରକୁ ଭୟରେ ବାହାରୁ ନାହାନ୍ତି । ଆନ୍ଧ୍ର ପୋଲିସର ଏଭଳି ପୋଲିସ ମୁତୟନ, ପାଟ୍ରୋଲିଂ ଓ ପଇଁତରା ବ୍ୟବସ୍ଥା ଓ ଗ୍ରାମବାସୀନଙ୍କୁ ଭୟଭୀତ କରିବା ଘଟଣା ଆଦି ତାଲିବାନୀ ଶାସନ ଠାରୁ କୌଣସି ଗୁଣରେ କମ୍ ନୁହେଁ । ସେହିପରି ଗତକାଲି ଗଜପତି ଜିଲ୍ଲାକୁ ଓଡିଶାର ମୁଖ୍ୟ ଶାସନ ସଚିବ ଗସ୍ତ କରିଥିଲେ ମଧ୍ୟ ମାଣିକପାଟଣା ଭଳି ଗ୍ରାମର ସ୍ପର୍ଷକାତର ଓ ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିଲେ ମଧ୍ୟ ସେଠାକୁ ନଯାଇ ଫେରିଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking