34.1 C
Bhubaneswar
Thursday, March 28, 2024
HomeUncategorizedଘରକୁ ମଦ ପିଇ ଆସିବା ପରେ ସ୍ତ୍ରୀ ଓ ଝିଅ କଣ କଲେ

ଘରକୁ ମଦ ପିଇ ଆସିବା ପରେ ସ୍ତ୍ରୀ ଓ ଝିଅ କଣ କଲେ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ଅନ୍ତର୍ଗତ ପାଲାମାନେରୁ ଗାଁରେ ଗତ କାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ମଦ ପିଇ ଘରକୁ ଆସିବେ ପରେ ନିଜ ସ୍ତ୍ରି ଏବଂ ଝିଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଚିକାଲିମ୍ବମ ନାମକ ଜଣେ ବ୍ୟକ୍ତି ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ପରେ ଘରେ ପହଂଚିବା ପରେ ସେ ସେହି ଅବସ୍ଥାରେ ତାଙ୍କ ସ୍ତ୍ରୀ ଓ ଝିଅକୁ ଚାବୁକ ପ୍ରହାର କରିଥିଲେ । ତେବେ ଦୀର୍ଘ ୪୦ ଦିନ ପରେ ଆନ୍ଧ୍ରପ୍ରଦେଶରେ ମଦ ଦୋକାନ ଖୋଲିଥିଲା । ତେବେ ଉକ୍ତ ବ୍ୟକ୍ତି ଘରକୁ ଆସିବା ପରେ କୌଣସି କଥାକୁ କେନ୍ଦ୍ର କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା । ହେଲେ ଝଗଡା ଏମିତି ଉଗ୍ର ରୂପ ନେଇଥିଲା ଯେ, ଶେଷରେ ମା ଝିଅ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଫଳରେ ଏହି ଖବର ପ୍ରଘଟ ହେବା ପରେ ଉକ୍ତ ଅଂଚଳରେ ଥିବା ମଦ ଦୋକାନକୁ ପୋଲିସ ପକ୍ଷରୁ ବନ୍ଦ କରି ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking