32.1 C
Bhubaneswar
Thursday, March 28, 2024
Homeଅପରାଧପୋଲିସ ସାଇକେଲ୍ ନେଇଯିବାରୁ ଯୁବକ କଲେ ଆତ୍ମହତ୍ୟା

ପୋଲିସ ସାଇକେଲ୍ ନେଇଯିବାରୁ ଯୁବକ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ଏବେ କୋରନା ପାଇଁ ଦେଶ ସାରା ଲକ୍ ଡାଉନ । ଏଭଳି ପରିସ୍ତିତିରେ କେହି ଘରୁ ବାହାରୁନାହାନ୍ତି । ହେଲେ ଆନ୍ଧ୍ରପ୍ରଦେଶର ବପାତ୍ଲା ସହରରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ସାଇକେଲରୁ ପୋଲିସ ସିଜ୍ କରିବାରୁ ସେ ଆତ୍ମହତ୍ୟା କରିଛନ୍ତି । ଏହାପୂର୍ବରୁ ସେ ଏକ ଢିଡିଓ କରି ଛାଡିଛନ୍ତି, ଯେଉଁଥିରେ ସେ କହିଛନ୍ତି, ତାଙ୍କର ଏଭଳି ପଦକ୍ଷେପ ପାଇଁ ପୋଲିସ ଦାୟୀ ବୋଲି ସେ ଭିଡିଓରେ କହୁଛନ୍ତି । ଆଜି ସକାଳେ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ପୋଲିସର କହିବା ମୁତାବକ ଉକ୍ତ ଯୁବକ ଜଣକ ଏହି ଲକ୍ ଡାଉନ ସମୟରେ ଚିଟୁର ଜିଲ୍ଲାରୁ ତାଙ୍କର ଜଣେ ସଂପର୍କୀୟଙ୍କ ଘର କ୍ରିଷ୍ଣା ଜିଲ୍ଲାକୁ ସାଇକେଲ ମାଧ୍ୟମରେ ଯାଉଥିଲେ । ବାଟରେ ପୋଲିସ ତାଙ୍କୁ ଅଟକାଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ପରେ ତାକୁ ଗିରଫ କରାଯାଇ ତାର ସାଇକେଲକୁ ମଧ୍ୟ ସିଜ୍ କରିଥିଲା ପୋଲିସ । ସେହିଦିନ ରାତିରେ ତାଙ୍କୁ ବ୍ୟକ୍ତିଗତ ବନ୍ଧନରେ ମୁକ୍ତ କରାଯାଇଥିଲା। ତେବେ ତାଙ୍କ ସାଇକେଲ୍ ପୋଲିସ ହେପାଜତରେ ରହିଥିଲା। ସେ ବସ୍ ଷ୍ଟେସନରେ ପହଞ୍ଚି ସେଲଫି ଭିଡିଓ କରିଥିଲେ। ସେ କହିଛନ୍ତି, “ପୋଲିସ ଦାୟିତ୍ୱହୀନତା ମୋତେ ଏଠାରୁ ଛାଡି ଦେଇଛି। ମୋର ମୃତ୍ୟୁ ପାଇଁ ବେଦୁଲ୍ଲାପଲ୍ଲୀ ପୋଲିସ ଦାୟୀ।”
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking