33.1 C
Bhubaneswar
Wednesday, April 24, 2024
Homeଓଡିଶାକୋଟିଆରେ ଆନ୍ଧ୍ର ଅଧିକାରୀ : ଗୃହଋଣ, ପେନ୍‌ସନ୍ ଓ ରାସନକାର୍ଡ ବାଣ୍ଟିଲେ

କୋଟିଆରେ ଆନ୍ଧ୍ର ଅଧିକାରୀ : ଗୃହଋଣ, ପେନ୍‌ସନ୍ ଓ ରାସନକାର୍ଡ ବାଣ୍ଟିଲେ

କୋରାପୁଟ:   କୋଟିଆ ଗ୍ରାମପୁଞ୍ଜରେ  ଆନ୍ଧ୍ରପ୍ରଦେଶ ଅଧିକାରୀମାନେ ଅନୁପ୍ରବେଶ କରି ଗୃହଋଣ, ପେନସନ୍ ଓ ରାସନକାର୍ଡ ବାଣ୍ଟିଥିବା ଜଣାପଡ଼ିଛି । କୋଟିଆ ଗ୍ରାମପୁଞ୍ଜର ଫାଟୁସେନେରୀ ଗ୍ରାମରେ ଏକ ବୈଠକ କରାଯାଇଥିଲା । ଆନ୍ଧ୍ର ଅଧିକାରୀ ୱାଇ. ସତ୍ୟମ୍ ଓ ଅନ୍ୟମାନେ ଏଥିରେ ଯୋଗଦେଇ ଏସଏଚଜି ମହିଳାମାନଙ୍କୁ  ଋଣ ପ୍ରଦାନ କରିଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ୱାଇ ଏସଆର ତେଲୁଗୁ ଯୋଜନାରେ ଋଣ ପ୍ରଦାନ କରାଯାଉଥିବା ଜଣାପଡ଼ିଛି ।

୨ଟି ରାସନ କାର୍ଡ, ପେନସନ୍ ୬ ଓ ୩୩ଟି  ଗୃହଋଣ ପ୍ରଦାନ କରାଯାଇଛି । ବାହାରୁ ଋଣ  ନ ଆଣିବାକୁ ଅଧିକାରୀମାନେ କହିଥିବା ସୂଚନା ମିଳିଥିବା ବେଳେ ଚାଷ ସମ୍ପର୍କରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଅଧିକାରୀମାନେ ଉପସ୍ଥିତ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଫାଟୁସେନେରୀ , ଉପରମାଣ୍ଡିଙ୍ଗୀ ଓ ସଲଫଗୁଡା ଗ୍ରାମର ଏସ୍‌ଏଚ୍‌ଜି ମହିଳାମାନେ ଉପସ୍ଥିତ ଥିଲେ । ଗତ ଦିନରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢ଼ୀ ବିରୋଧ କରିଥିଲେ । ମାତ୍ର ପୁଣି ଅଳ୍ପଦିନ ମଧ୍ୟରେ ଆନ୍ଧ୍ର ଅଧିକାରୀମାନେ ଓଡ଼ିଶା ଗ୍ରାମରେ ପ୍ରବେଶ କରି ଋଣ, ପେନ୍‌ସନ ଓ ରାସନକାର୍ଡ ବାଣ୍ଟିବା ଘଟଣା ଚିନ୍ତା ବଢ଼ାଇଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking