28.1 C
Bhubaneswar
Saturday, April 20, 2024
Homeଓଡିଶାବଂଶଧାରା ନେରେଡ଼ି ପ୍ରକଳ୍ପ ପରିଦର୍ଶନକଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ବଂଶଧାରା ନେରେଡ଼ି ପ୍ରକଳ୍ପ ପରିଦର୍ଶନକଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ରାୟଗଡ଼ା: ଆନ୍ଧ୍ର-ଓଡିଶା ବଂଶଧାରା ନଦୀ ବିବାଦ ସୁପ୍ରିମୋକୋର୍ଟ ଟ୍ରିବୁନାଲ ପକ୍ଷରୁ ରାୟ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ରାଜନୀତି । ଆଜି ଏହି ପ୍ରକଳ୍ପର ଅଗ୍ରଗତି ଓ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ଧର୍ମାନ୍ନା କିଷ୍ଟାଦାଶ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ସହିତ ତୁରନ୍ତ କାର୍ଯ୍ୟ ସମାପ୍ତ କରି ଜଳସେଚନ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଜଳସମ୍ପଦ ମନ୍ତ୍ରୀ ଅନିଲ କୁମାର ଯାଦବ, ପାଲକଣ୍ଡା ବିଧାୟକ ଭି.କାଳାବତୀ, ପୁରୁଣାପାଟଣା ବିଧାୟିକା ରେଡ୍ଡି ଶାନ୍ତି, ଜୁଆଡା ଶ୍ରୀନୁବାସ, ଶ୍ରୀକାକୁଲମ ଜିଲ୍ଲାପାଳ, ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଏସ.ସୁବନାକର ପରିଦର୍ଶନ କରି ଫେରିଛନ୍ତି । ଟ୍ରିବ୍ୟୁନାଲ ଆନ୍ଧ୍ର ସପକ୍ଷରେ ଏହି ପ୍ରକଳ୍ପକୁ ସବୁଜସଙ୍କେତ ଦେବାପରେ ଆନ୍ଧ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ, ଟ୍ରିବ୍ୟୁନାଲ୍ ଓଡ଼ିଶାରେ ୧୦୬ ଏକର ଜମି ଅଧିଗ୍ରହଣ କରି ବିସ୍ଥାବିତଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାୟପ୍ରକାଶ ପରେ ଗଜପତି-ରାୟଗଡା ନଦୀତଟବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆନ୍ଧ୍ର ସରକାର ତୁହାକୁ ତୁହା ଜଳସମ୍ପଦ ବିଭାଗର ବରିଷ୍ଠ କର୍ମକର୍ତ୍ତା ଓ ଲୋକପ୍ରତିନିଧିମାନେ ଉକ୍ତ ଅଞ୍ଚଳ ଗସ୍ତ କରି କାର୍ଯ୍ୟ ତ୍ୱରାନ୍ୱିତ ଦିଗରେ ପ୍ରୟାସ ଜାରି ରଖିଥିବା ବେଳେ ଓଡିଶା ସରକାରଙ୍କ ପକ୍ଷରୁ ରାୟ ସମ୍ପର୍କରେ କୌଣସି ଟିପ୍ପଣୀ ଦେଇନାହାନ୍ତି । ଓଡିଶା ବଂଶଧାରା ନଦୀତଟ୍ଟବାସୀ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବିସ୍ଥାବିତ ସମସ୍ୟା ଓ କ୍ଷତିପୂରଣ ପ୍ରଦାନ ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଯାଇଥିବା ଟିମ ଗଜପତି ଜିଲ୍ଲାର କାଶୀନଗର ବ୍ଳକର ସାରା, ବାଡିଗାଁ, ପାଲସିଂ, ଗୁଣପୁର ବ୍ଲକର ଗାଦିଆଖଳା, ପ୍ରଧାନୀଗୁଡା, ବାୟାଗୁଡା, ଗୁଣପୁର ସହର ଦେଇ ଗୁମୁଡା, ନାଇରା, ଗୁଡାରୀ, ପାଣି ଡଙ୍ଗର ଇତ୍ୟାଦି ବଂଶଧାରା ଅବବାହିକା ଅଞ୍ଚଳ ବୁଲି ନେରେଡି ବ୍ୟାରେଜ ନିର୍ମାଣ ଦ୍ୱାରା ପ୍ରଭାବିତ ଲୋକଙ୍କ ସହ ଆଲୋଚନାକରି ଫେରିଛନ୍ତି । ଗୁଣପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୃଗୁ ବକ୍ସିପାତ୍ରଙ୍କ ସମେତ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଓଡିଶା ସରକାରଙ୍କ ଅପାରଗତା, ଅବହେଳା ଓ କୋର୍ଟରେ ବଳିଷ୍ଟ ଯୁକ୍ତି ଉପସ୍ଥାପନା କରିବାରେ ବିଫଳ ହବା କାରଣରୁ ଏଭଳି ରାୟ ଆସିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ଲମ୍ବା ସମୟ ଧରି ସରକାରରେ ଥାଇ ମଧ୍ୟ ବଂଶଧାରାର ଆରମ୍ଭରୁ ଆନ୍ଧ୍ର ସୀମାନ୍ତ ଯାଏଁ ଓଡିଶା ସରକାର ମାଟି ମୁଠାଏ ମଧ୍ୟ ପକେଇ ପାରିଲେନି କି ଜଳସେଚନ ପାଇଁ ଡ୍ୟାମଟିଏ ନିର୍ମାଣ କରିପାରିଲେଣି । ଆଗାମୀ ଦିନରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ଜାଣିବା ପରେ ବିଜେପି ତାର ପରବର୍ତ୍ତି ପଦକ୍ଷେପ ନେବ ବୋଲି ସେମାନେ କହିଛନ୍ତି । ଏହି ଗସ୍ତ ସମୟରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷ ସିଏଚ୍‌.ସୀମାଦ୍ରି, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ୱର ମିଶ୍ର, ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ରାଜ୍ୟ ଯୁବମୋର୍ଚ୍ଚା ସଦସ୍ୟ, ମହିଳା ନେତ୍ରୀ ପି.ଲତା, କୃଷକମୋର୍ଚ୍ଚାର ଜିଲ୍ଲା ସଭାପତି ପ୍ରଶାନ୍ତ ପାଳ ପ୍ରମୁଖ ଲୋକଙ୍କ ସହିତ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking