32.1 C
Bhubaneswar
Thursday, March 28, 2024
Homeଅନ୍ୟାନ୍ୟ ପରୀକ୍ଷାୟୁଜି-ପିଜି ପାଠ୍ୟକମ୍ରର ଶେଷ ସେମିଷ୍ଟର୍ ପରୀକ୍ଷା ବାତିଲ କଲା ଆନ୍ଧ୍ର

ୟୁଜି-ପିଜି ପାଠ୍ୟକମ୍ରର ଶେଷ ସେମିଷ୍ଟର୍ ପରୀକ୍ଷା ବାତିଲ କଲା ଆନ୍ଧ୍ର

ହାଇଦ୍ରାବାଦ: କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର ରାଜ୍ୟରେ ଡିଗ୍ରୀ, ସ୍ନାତକୋତ୍ତର ଏବଂ ଧନ୍ଦାମୂଳକ ଡିଗ୍ରୀ ପାଠ୍ୟକ୍ରମର ଶେଷ ସେମିଷ୍ଟାର ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ପ୍ରଥମ ବର୍ଷ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ପୂର୍ବ ବର୍ଷର ପରୀକ୍ଷା ମାର୍କକୁ ଦେଖି ପରବର୍ତ୍ତୀ ବର୍ଷକୁ ପ୍ରୋତ୍ସାହିତ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ୍ ମୋହନ ରେଡ୍ଡୀଙ୍କ ଅନୁମୋଦନ ପରେ ରାଜ୍ୟ ଶିକ୍ଷା ବିଭାଗ ଏଥିପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ଚୂଡ଼ାନ୍ତ ସେମିଷ୍ଟାର / ବର୍ଷର ଡିଗ୍ରୀ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଗ୍ରେଡିଂ କିମ୍ବା ମାର୍କ ପ୍ରଦାନ ସମ୍ବନ୍ଧୀୟ ନିଷ୍ପତ୍ତି ପରୀକ୍ଷା ବାତିଲକୁ ଦୃଷ୍ଟିରେ ରଖି ନିଜ ନିଜ ବିଶ୍ୱବିଦ୍ୟାଳୟର କାର‌୍ୟ୍ୟନିର୍ବାହୀ କମିଟିରେ ଛାଡି ଦିଆଯିବ ବୋଲି ଅଧିକାରୀ କହିଛନ୍ତି।
କରୋନାଭାଇରସ୍ ମହାମାରୀ ପରେ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟବର୍ତ୍ତୀ ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଉନ୍ନତ ସପ୍ଲିମେଣ୍ଟାରୀ ପରୀକ୍ଷା ୨୦୨୦କୁ ବାତିଲ କରିସାରିଛନ୍ତି। ଜୁଲାଇ ୧୦ ରୁ ୧୫ ପର‌୍ୟ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ୬.୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜଡ଼ିତ ଥିଲେ । ତେବେ କୋଭିଡ୍ ମହାମାରୀ ଥମିବା ପରେ ପରୀକ୍ଷା ହେବ କି ନାହିଁ କି ଅନ୍‌ଲାଇନ୍ କିମ୍ବା ଅଫ୍‌ଲାଇନ୍‌ରେ ହେବ ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୋଭିଡ୍ ସମୟରେ ଅନ୍‌ଲାଇନ୍ ପାଠପଢ଼ାକୁ କେବଳ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟ ରାଜ୍ୟ ଭଳି ଆନ୍ଧ୍ରରେ ମଧ୍ୟ ମୋବାଇଲ୍ ଫୋନ୍ ଯୋଗେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କାର‌୍ୟ୍ୟକ୍ରମ ଜାରି ରହିବ ବୋଲି ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking