26.7 C
Bhubaneswar
Friday, April 19, 2024
Homeଖେଳଇଂଲଣ୍ଡ ଟେଷ୍ଟ୍ ଟିମ୍‌କୁ ଫେରିଲେ ଆଣ୍ଡରସନ୍ ଓ ବ୍ରଡ୍

ଇଂଲଣ୍ଡ ଟେଷ୍ଟ୍ ଟିମ୍‌କୁ ଫେରିଲେ ଆଣ୍ଡରସନ୍ ଓ ବ୍ରଡ୍

ଲଣ୍ଡନ: ଆସନ୍ତା ମାସରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ଦୁଇଟି ମ୍ୟାଚ୍ ପାଇଁ ନୂଆ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଟେଷ୍ଟ୍ ଟିମ୍‌କୁ ଭେଟେରାନ୍ ସିମର୍ ଜେମ୍ସ ଆଣ୍ଡର୍‌ସନ୍ ଓ ଷ୍ଟୁଆର୍ଟ ବ୍ରଡ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଦୁଇ ମହାନ୍ ବୋଲର୍ ନବନିଯୁକ୍ତ ମୁଖ୍ୟକୋଚ୍ ବ୍ରେଣ୍ଡ୍‌ନ୍ ମ୍ୟାକୁଲମ୍‌ଙ୍କ ନେତୃତ୍ୱରେ ନୂଆ ଯୁଗର ଆରମ୍ଭ ପାଇଁ ଟିମ୍‌ରେ ଉପସ୍ଥିତ ରହିବେ । ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍‌ରେ ଇଂଲଣ୍ଡର ୪-୦ରେ ଶୋଚନୀୟ ପରାଜୟ ପରେ ଏହି ଦୁଇ ବୋଲର୍‌ଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରୁ ବାଦ୍ ଦିଆଯାଇଥିଲା ।

ଏହି ସିରିଜ୍‌ରେ ମଧ୍ୟ ଟିମ୍ ୧-୦ରେ ପରାଜିତ ହୋଇଥିଲା । ଏହାପରେ ଜୋ ରୁଟ୍ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ଏବଂ ଟିମ୍ ମ୍ୟାନେଜମେଣ୍ଟ୍‌ରେ ମଧ୍ୟ ପରିବର୍ତ୍ତନ ଘଟିଥିଲା । ଟେଷ୍ଟ୍ ଚାମ୍ପିଅନ୍ ନ୍ୟୁଜିଲାଣ୍ଡ୍ ବିପକ୍ଷ ସିରିଜ୍‌ର ପ୍ରଥମ ମ୍ୟାଚ୍ ଲର୍ଡ୍ସରେ ଜୁନ୍ ୯ରୁ ଆରମ୍ଭ ହେବ । ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଟ୍ରେଣ୍ଟ୍ ବ୍ରିଜ୍ ଓ ହେଡିଙ୍ଗ୍‌ଲେରେ ଖେଳାଯିବ । ୩୯ ବର୍ଷୀୟ ଆଣ୍ଡରସନ୍ ଓ ୩୫ ବର୍ଷୀୟ ବ୍ରଡ୍‌ଙ୍କ ବ୍ୟତୀତ ଦୁଇ ନୂଆମୁହଁ ୟର୍କଶାୟାର୍ ବ୍ୟାଟର୍ ହ୍ୟାରୀ ବ୍ରୁକ୍ସ ଓ ଡର୍‌ହାମ୍ ଫାଷ୍ଟ ବୋଲର୍ ମାଥ୍ୟୁ ପୋଟ୍ସଙ୍କୁ ମଧ୍ୟ ୧୩ ଜଣିଆ ଟିମ୍‌ରେ ସ୍ଥାନ ମିଳିଛି । ତେବେ ଆହତ କାରଣରୁ ଫାଷ୍ଟ ବୋଲର୍ ଜୋଫ୍ରା ଆର୍ଚର୍‌, କ୍ରିସ୍ ୱକ୍ସ, ସାକିବ୍ ମହମୁଦ୍‌, ସାମ୍ କୁରାନ୍‌, ମାର୍କ ଉଡ୍ ଓ ଓଲି ଷ୍ଟୋନ୍ ଚୟନ ପାଇଁ ଉପଲବ୍ଧ ନଥିଲେ ।

ଇଂଲଣ୍ଡ ଟେଷ୍ଟ୍ ସ୍କ୍ୱାଡ୍‌: ବେନ୍ ଷ୍ଟୋକ୍ସ (ଅଧିନାୟକ), ଜୋ ରୁଟ୍‌, ଜେମ୍ସ ଆଣ୍ଡର୍‌ସନ୍‌, ଜନ୍ନି ବେୟାର୍‌ଷ୍ଟୋ, ଷ୍ଟୁଆର୍ଟ ବ୍ରଡ୍‌, ହ୍ୟାରୀ ବ୍ରୁକ୍ସ, ଜ୍ୟାକ୍ କ୍ରଲି, ବେନ୍ ଫୋକ୍ସ, ଜ୍ୟାକ୍ ଲିଚ୍‌, ଆଲେକ୍ସ ଲିଜ୍‌, କ୍ରେଗ୍ ଓଭର୍‌ଟନ୍‌, ଓଲି ପୋପ୍‌, ମାଥ୍ୟୁ ପୋଟ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking