38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶପ୍ରାଚୀନ ପଥର, ଭଙ୍ଗା ମାଟିପାତ୍ର ଚୋରି ଅଭିଯୋଗ: ଇରାକ୍‌ରେ ବ୍ରିଟିଶ ଭୂତତ୍ତ୍ୱବିଦ୍‌ଙ୍କୁ ମୃତ୍ୟୁ ଦଣ୍ଡାଦେଶ

ପ୍ରାଚୀନ ପଥର, ଭଙ୍ଗା ମାଟିପାତ୍ର ଚୋରି ଅଭିଯୋଗ: ଇରାକ୍‌ରେ ବ୍ରିଟିଶ ଭୂତତ୍ତ୍ୱବିଦ୍‌ଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବାଗଦାଦ: ଏକ ପ୍ରାଚୀନ ଐତିହ୍ୟସ୍ଥଳରୁ କିଛି ପ୍ରାଚୀନ ପଥର ଓ କେତେକ ଭଙ୍ଗା ମାଟିପାତ୍ର ସଂଗ୍ରହ କରିବା ଜଣେ ବ୍ରିଟିଶ ଭୂତତ୍ତ୍ୱବିଦ୍‌ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ ଇରାକ୍‌ର ଏକ ଅଦାଲତ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଇରାକ୍‌ର ଏରିଡୁ ନାମକ ଏହି ଐତିହାସିକ ସ୍ଥଳରେ ଖନନ କାର୍ଯ୍ୟ ଚାଲିଛି । ଏହି ଅବସରରେ ବ୍ରିଟିଶ ଭୂତତ୍ତ୍ୱବିଦ୍ ଜିମ୍ ଫିଟନ ତାଙ୍କର ଜଣେ ଜର୍ମାନ୍ ବନ୍ଧୁଙ୍କ ସହ ସେଠାକୁ ବୁଲିବାକୁ ଯାଇଥିଲେ । କୌତୁହଳବଶତଃ ଜିମ୍ ସେହି ସ୍ଥାନରୁ ୧୨ଟି ପ୍ରାଚୀନ ପଥର ଓ କେତେକ ଭଙ୍ଗା ମାଟିପାତ୍ର ସାଙ୍ଗରେ ନେଇଆସିଥିଲେ । ଏଗୁଡିକୁ ସ୍ମାରକୀଭାବେ ନିଜ ପାଖରେ ରଖିବା ତାଙ୍କର ଉଦ୍ଦେଶ୍ୟ ଥିଲା । ତେବେ ବାଗ୍‌ଦାଦ ଏୟାରପୋର୍ଟରେ ଯାଞ୍ଚ୍ ସମୟରେ ତାଙ୍କ ବ୍ୟାଗରୁ ଏହି ସାମଗ୍ରୀ ମିଳିବାପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ରବିବାର ଅଦାଲତରେ ମାମଲାର ଶୁଣାଣି ହୋଇଥିବାବେଳେ ବିଚାରପତି ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଅପରପକ୍ଷରେ ଜିମ୍ କହିଛନ୍ତି ଯେ ଇରାକ୍ ଦେଶର ଆଇନ ସମ୍ପର୍କରେ ଅନଭିଜ୍ଞ ଥିବାରୁ ସେ ଏଭଳି ଅନିଚ୍ଛାକୃତ ତ୍ରୁଟି କରିଛନ୍ତିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking