ସୁକିନ୍ଦାରେ ପ୍ରତିଷ୍ଠା ହେବ ବୃଦ୍ଧା ଆଶ୍ରମ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ ରାଜ୍ୟରେ ଏକ ନଂ ନିର୍ବାଚନ ମଣ୍ଡଳୀ ରୂପେ ଘଡ଼ିତୋଳିବା ପାଇଁ ସ୍ୱପ୍ନ ଦେଖି ଛନ୍ତି ବିଧାୟକ ଇ ପ୍ରିତିରଂଜ ଘଡ଼ାଇ ସ୍ୱପ୍ନକୁ ସାକାର କରିବା ରାତିକୁ ଦିନ କରି ବିକାଶ ପାଇଁ ବିଭିନ୍ନ ଯୋଜନା ର ମାଷ୍ଟର ପ୍ଲାନର ଖସଡ଼ା ପ୍ରସ୍ତୁତ କରିଛନ୍ତି । ପାନୀୟ ଜଳ ପ୍ରକଳ୍ପ, ଷ୍ଟାଡିଅମ, ଉଦ୍ୟାନ, ରାସ୍ତା, ଘାଟ ଖଣି ଅଞ୍ଚଳର ବିକାଶ ଶିକ୍ଷା ସ୍ୱାସ୍ଥ୍ୟ ପ୍ରଭୁତି ବହୁ ଯୋଜନା ପାଇଁ ଜିଲ୍ଲା ପାଳ ଶାସନ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ ଘନ ଘନ ବୈଠକ ମାନ କରି କାର୍ଯ୍ୟକାରିତା ଉପରେ ବିଚାର ବିମର୍ଷ କରୁଛନ୍ତି । ଜିଲ୍ଲା ଖଣିଜ ପାଣ୍ଟି ର ବିନିଯୋଗ ଓ ଶିଳ୍ପ ପତି ମାନେ ବିସ୍ଥାପିତ ମାନଙ୍କ ବିକାଶ ପାଇଁ ଯତ୍ନ ବାନେ ହେବା ସକାଶେ ପରାମର୍ଶ ଦେଉଛନ୍ତି । ଏବେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନାଥଶ୍ରମ ପାଇଁ ଜିଲ୍ଲାପାଳ ସହ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ କରି କରି ଥିଲେ । ଖୁବ ଶୀଘ୍ର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସ୍ଥାପନ ହେବ ବୃଦ୍ଧାଶ୍ରମ ଓ ଅନାଥାଶ୍ରମ । ଡିସେମ୍ବର ମାସରୁ ସ୍ଥାନୀୟ ଜନସାଧାରଣଙ୍କ ସମୃଦ୍ଧ ଜୀବିକା ଲାଗି ପ୍ରସ୍ତୁତ ହେବ ରୋଡ ମ୍ୟାପ । ଏହିପରି ଭାବେ ଆଜି ବିଧାୟକ-ଜିଲ୍ଲାପାଳ ଦ୍ୱିପାକ୍ଷିକ ଆଲୋଚନାରେ ସୁକିନ୍ଦା-ଦାନଗଦିର ତ୍ୱରିତ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଅସଂପୂର୍ଣ୍ଣ ଥିବା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ପରିବେଶ ସଂକ୍ରାନ୍ତୀୟ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର । ଅନ୍ୟପକ୍ଷରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସ୍ଥାନୀୟ ସ୍ତରରେ ଉପୁଜୁଥିବା ସମସ୍ୟା ସମାଧାନ ପାଇଁ ବିଧାୟକଙ୍କ ସହଯୋଗ ଲୋଡିଛନ୍ତି ଜିଲ୍ଲପାଳ ମହୋଦୟ ।

LEAVE A REPLY

Please enter your comment!
Please enter your name here