40.1 C
Bhubaneswar
Thursday, April 25, 2024
Homeଓଡିଶାଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ

ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତକାଲି ସଂଧ୍ୟାରେ ଧାନ ବିଲ ପାଣି ଦେଖିବାକୁ ଯାଇ ଉପେନ୍ଦ୍ର ଆଉ ଫେରି ନଥିଲେ । ଏପରି ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି ମହାବିରରୋଡ ଅଚଂଳରେ । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍‌ର ଅଧିକାଂଶ ଲୋକ କୃଷି କାମ କରି ଦିନ କାଟୁଛନ୍ତି । ମହାବିରରୋଡ ରେଞ୍ଜ ଅଧିନରେ ଥିବା ଖଣ୍ଡୁଆଳମୁଣ୍ଡା ଗ୍ରାମର ଉପେନ୍ଦ୍ର ଅମାନ୍ତ ଗତକାଲି ସଂଧ୍ୟାରେ ବିଲକୁ ପାଣି ଦେଖିବାକୁ ଯାଇ ଆଉ ଫେରିନଥିଲେ । ଆଜି ସକାଲେ ବିଲ ଭିତରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।

ଉକ୍ତ ଅଚଂଳରେ ବର୍ଷ ବର୍ଷ ଧରି ହାତୀ ମାନଙ୍କ ଉପଦ୍ରବ ଲାଗି ରହିଛି । ଯାହାକୁ ନେଇ ସ୍ଥାନୀୟ ଅଚଂଳର ଲୋକମାନେ ଭୟର ବାତାବରଣରେ ଗତି କରୁଛନ୍ତି । ଏହାକୁ ନେଇ ଦିଲାରେ ଦିନକୁ ଦିନ ହାତୀ ଉପଦ୍ରବ ଓ ଆକ୍ରମଣ ଘଟଣା ଗଣମାଧମର କେନ୍ଦ୍ରବିନ୍ଦୁ ପାଲଟୁଛି । ଉକ୍ତ ଅଚଂଳରେ ଶତାଧିକ ହାତୀ ଜଙ୍ଗଲରେ ବୁଲୁଥିବା ବନ ବିଭାଗ ତରଫରୁ ସୁଚନା ମିଳିଛି । ମାରମ୍ବାର ହାତୀ ମାନଙ୍କ ଧନ ଜୀବନ ନଷ୍ଟ ହେବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ହାତୀ ମାନଙ୍କୁ ଅନ୍ୟତ୍ର ସ୍ତାନାନ୍ତର କରିବା ଅଚଂଳରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking