26.1 C
Bhubaneswar
Friday, March 29, 2024
Homeଓଡିଶାଭୁବନେଶ୍ୱରଷ୍ଟେସନରୁ ନିଖୋଜ ହେଲେ ଇଂଜିନିୟରିଂ ଛାତ୍ରୀ

ଷ୍ଟେସନରୁ ନିଖୋଜ ହେଲେ ଇଂଜିନିୟରିଂ ଛାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ । ନିଖୋଜ ଛାତ୍ରୀ ପଶ୍ଚିମବଙ୍ଗ ଚବିଶପ୍ରଗଣାର ସୁଇଟି ରୟ ହୋଇଥିବା ବେଳେ ସେ ଖଣ୍ଡଗିରିର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ରୀଥିବା ଜଣାପଡିଛି । ଗତକାଲି ସୁଇଟି ହାଓ୍ୱଡାରୁ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ସେ ତାଙ୍କ ମାଙ୍କୁ ଫୋନ କରିଥିଲେ । ଫୋନ କରିବା ପରଠାରୁ ଫୋନ ସୁଇଚ ଅଫ୍ ଥିବା ସୂଚନା ମିଳିଛି । ଶେଷଥର ପାଇଁ ତାଙ୍କ ଫୋନର ଲୋକେସନ ଭୁବନେଶ୍ୱରରେ ଦେଖାଉଥିବା ବେଳେ ନିଖୋଜନେଇ ପରିବାର ଲୋକେ ଜିଆରପି ଥାନାରେ ଅଭିଯୋଗ କରିଛନ୍ତି ।ସୁଇଟିଙ୍କ ବାପା ଜଣେ ବିଏସଏଫ ଯବାନ । ନିଖୋଜ ଝିଅଙ୍କ ବାପା ମା ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ । ତେବେ ତାଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ଅନ୍ୟକିଛି ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking