28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶମମତାଙ୍କୁ ମିଳିଲା ୱାକଓଭର, ଉପ ନିର୍ବାଚନରେ କଂଗ୍ରେସ ଦେବନି ପ୍ରାର୍ଥୀ

ମମତାଙ୍କୁ ମିଳିଲା ୱାକଓଭର, ଉପ ନିର୍ବାଚନରେ କଂଗ୍ରେସ ଦେବନି ପ୍ରାର୍ଥୀ

ନୂଆଦିଲ୍ଲୀ : ଭବାନୀପୁର ଉପ ନିର୍ବାଚନରେ ମମତାଙ୍କୁ ୱାକଓଭର ଦେଇଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ପରେ କଂଗ୍ରେସ ନିଜ ପୂର୍ବ ଘୋଷଣାରୁ ଓହରି ଯାଇଛି । ଏଠାରେ ମମତାଙ୍କ ବିରୋଧରେ କଂଗ୍ରେସର କାହାରିକୁ ପ୍ରାର୍ଥୀ କରିବ ନାହିଁ ବୋଲି ରାଜ୍ୟ ସଭାପତି ଅଧିର ରଞ୍ଜନ ଚୌଧୁରୀ ବୁଧବାର ଘୋଷଣା କରିଛନ୍ତି । ବହରାମପୁରରେ ଚୌଧୁରୀ କହିଛନ୍ତି ଯେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନିଷ୍ପତ୍ତି ଅନୁସାରେ କଂଗ୍ରେସ ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ ଭବାନୀପୁର ଆସନରେ ନିଜର ପ୍ରାର୍ଥୀ ଛିଡା କରିବନି କି ତାଙ୍କ ବିପକ୍ଷରେ ପ୍ରଚାର ବି କରିବନି ବୋଲି ସ୍ପଷ୍ଟ କରିଦେଇଛନ୍ତି। ତେବେ ଏହା ପୂର୍ବରୁ ଚୌଧୁରୀ ଗତ ସୋମବାର ଭବାନୀପୁର ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଛିଡା କରିବ ବୋଲି ଘୋଷଣା କରିଥିଲେ ।

କିଛି ମାସ ପୂର୍ବେ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ଖାତା ଖୋଲି ପାରିନାହିଁ। ଏଣୁ ବିଧାନସଭାରେ ଜଣେବି କଂଗ୍ରେସ ବିଧାୟକ ନାହାନ୍ତି। ତେବେ ଏଆଇସିସିଙ୍କ ନିଷ୍ପତ୍ତି ଉପରେ ସିପିଏମ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛି। ମାକପା ନେତା ସୁଜାନ ଚକ୍ରବର୍ତ୍ତୀ ନିର୍ବାଚନରେ ଜଣକୁ ନିଶ୍ଚିତ ଦଳ ପ୍ରାର୍ଥୀ କରିବ ବୋଲି କହିଛନ୍ତି । କାରଣ ରାଜ୍ୟରେ ବିଜେପି ଓ ତୃଣମୂଳ ବିରୋଧରେ ଏକ ବିକଳ୍ପର ଆବଶ୍ୟକତା ରହିଛି।

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ୩ ବିଧାନସଭା ଆସନରେ ଉପନିର୍ବାଚନ ଘୋଷଣା କରିଛନ୍ତି । ଏଥିରେ ଭବାନୀପୁର ବ୍ୟତୀତ ଜଙ୍ଗୀପୁର ଓ ସମସେରଗଞ୍ଜରେ ଉପନିର୍ବାଚନ ହେବ । ଏଥିଲାଗି ସେପ୍ଟେମ୍ବର ୩୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଅକ୍ଟୋବର ୩ ତାରିଖରେ ଭୋଟ ଗଣନା ହେବ । ତେବେ ଏହି ନିର୍ବାଚନରେ କଂଗ୍ରେସ ମମତାଙ୍କ ବିରୋଧରେ ପ୍ରାର୍ଥୀ ନଦେବା ପଛରେ ମଧ୍ୟ ଏକ ଉଦ୍ଦେଶ୍ୟ ରହିଛି । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ଏହି ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ଆଗାମୀ ସାଧାରଣ ନିର୍ବାଚନରେ ସବୁ ବିରୋଧୀ ଦଳ ବିଜେପି ବିରୋଧରେ ଏକଜୁଟ ହୋଇ ଲଢିବାକୁ ସୋନିଆ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking