34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଜାମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଗୁଳି ବାରୁଦ ଜବତ

ଜାମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଗୁଳି ବାରୁଦ ଜବତ

ଅନନ୍ତନାଗ : ଜାମ୍ମୁକାଶ୍ମୀର ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀମାନେ କୃଷ୍ଣ ଢାବାକୁ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତି କରୁଥିିବା ଆରୋପୀକୁ ଗିରଫ କରିଛନ୍ତି । ଏହାସହ ଅନନ୍ତନାଗ ଠାରେ ଥିବା ଆତଙ୍କୀ ମାନଙ୍କ ହାଇଡଆଉଟ ସ୍ଥାନକୁ ଠାବ କରିଛନ୍ତି । ଏଠାରୁ ସୁରକ୍ଷାକର୍ମୀ ମାନେ ବହୁ ମାତ୍ରାରେ ଗୁଳି ଓ ବାରୁଦ ଜବତ କରିଛନ୍ତି ।

ଏହା କୁହାଯାଉଛି କି ଆତଙ୍କବାଦୀ ମାନେ ଜାମ୍ମୁ କାଶ୍ମୀରେ ଏକ ବଡ ଧରଣର ହାମଲା କରିବାକୁ ଯୋଜନା କରୁଥିଲେ । ଏହା ପୁର୍ବରୁ ସୁରକ୍ଷାକର୍ମୀ ମାନେ ଖବର ପାଇ ଆତଙ୍କୀ ମାନଙ୍କ ସ୍ଥାନକୁ ଠାବ କରିନେଇଛନ୍ତି ।

ଏହି ସ୍ଥାନରୁ ୩ ଟି ଏକେ ୪୭ ରାଇଫଲ , ୨ଟି ଚାଇନିଜ ପିସ୍ତଲ , ୨ଟି ଗ୍ରେନେଡ, ଏକ ଟେଲିସ୍କୋପ, ମ୍ୟାଗାଜିନ ଓ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି । ପୁର୍ବ ଶୁକ୍ରବାର ଦିନ ଜମ୍ମୁ କାଶ୍ମୀରର ଶ୍ରୀନଗରଠାରେ ଥିବା ବାରମୁଳା ଅଞ୍ଚଳରେ ଆତଙ୍କୀ ମାନେ ପୋଲିସ ଟିମ ଉପରେ ହାମଲା କରିଥିଲେ ଓ ଗୁଳି ବର୍ଷା କରିଥିଲେ । ଏଥିରେ କାଶ୍ମୀର ପୋଲିସ ର ୨ ଜଣ ଜବାନ ସହିଦ ହୋଇଥିଲେ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking