27.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗବିଗ୍ ବି ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନଙ୍କୁ କରୋନା

ବିଗ୍ ବି ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନଙ୍କୁ କରୋନା

ମୁମ୍ବଇ : ୨୦୨୦ ବର୍ଷ ବଲିଉଡ ପାଇଁ ଦୁଃଖଦ ବର୍ଷ ସାବ୍ୟସ୍ତ ହେଉଛି । ଗୋଟିଏ ପରେ ଗୋଟିଏ ବଲିଉଡ ପାଇଁ ଖରାପ ଖବର ପ୍ରକାଶ ପାଇବାରେ ଲାଗିଛି ।  ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଶନିବାର ଅମିତାଭଙ୍କ ସ୍ୱାବ୍ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ନିଜେ ଅମିତାଭ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଅମିତାଭଙ୍କ ପରେ ଅଭିଷେକଙ୍କ ବାବଦରେ ସୂଚନା ମିଳିଛି । ସେ ମଧ୍ୟ କରୋନା ଆକ୍ରାନ୍ତରେ ସଂକ୍ରମିତ ହୋଇଛନ୍ତି । ତାଙ୍କୁ ମଧ୍ୟ ନାନାବତୀ ହସ୍ପିଟାଲ ନିଆଯାଇଛି।


ଅମିତାଭ ଟ୍ୱିଟ କରି ଲେଖିଛନ୍ତି ଯେ, ମୁଁ କରୋନାରେ ସଂକ୍ରମିତ ହୋଇଛି ଏବଂ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ପରିବାରର ଅବଶିଷ୍ଟ ସଦସ୍ୟ ଏବଂ କର୍ମଚାରୀଙ୍କୁ ପରୀକ୍ଷା କରାଯାଉଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହା ସହିତ ଅମିତାଭ ଯେଉଁମାନେ ଗତ ଦଶ ଦିନ ମଧ୍ୟରେ ତାଙ୍କୁ ଭେଟିଛନ୍ତି ସେମାନଙ୍କ କରୋନା ପରୀକ୍ଷା କରିବାକୁ ନିବେଦନ କରିଛନ୍ତି ।
ବିଗ୍ ବି ଙ୍କୁ ସୁର୍‌ଜିତ୍ ସିର୍‌କାର କମେଡି ଡ୍ରାମା ‘ଗୁଲାବୋ ସିତାବୋ’ ଚଳଚ୍ଚିତ୍ରରେ ରେ ଆୟୁଷ୍ମାନ ଖୁରାନାଙ୍କ ସହ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ର ପ୍ରଥମେ ଥିଏଟରରେ ମୁକ୍ତିଲାଭ କରିବାକୁ ଥିଲେ ହେଁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆମାଜନ୍ ପ୍ରାଇମ୍ ଭିଡିଓରେ ଏହାର ପ୍ରିମିୟର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking