33.1 C
Bhubaneswar
Thursday, April 25, 2024
Homeଓଡିଶାଓଡିଶା ଫଳାଫଳ ଓ ନବୀନଙ୍କ ଆତିଥ୍ୟରେ ଶାହ ଖୁସ୍‌

ଓଡିଶା ଫଳାଫଳ ଓ ନବୀନଙ୍କ ଆତିଥ୍ୟରେ ଶାହ ଖୁସ୍‌

ଭୁବନେଶ୍ୱର: ଓଡିଶାରେ ଦଳର ସ୍ଥିତିକୁ ନେଇ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ବର୍ତ୍ତମାନର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ପୂର୍ଣ୍ଣ ସନ୍ତୁଷ୍ଟ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅମିତ ଶାହ ଓଡିଶାରେ ବିଜେପି ସରକାର ଗଢିବ ଓ ୧୨୦+ ବିଧାନସଭା ଆସନ ଜିତିବ ବୋଲି ଭବିଷ୍ୟବାଣୀ କରିଥିଲେ । ହେଲେ ଯେଉଁ ଫଳାଫଳ ଆସିଲା ସେଥିରେ ସେ ବେଶ ସନ୍ତୁଷ୍ଟ ଥିବା ସୂଚନା ଦେଇଛନ୍ତି ।ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆଉ ତାଙ୍କର କଠୋର ଆଭିମୁଖ୍ୟ ନଥିବାର ଆଭାସ ମଧ୍ୟ ମିଳିଛି ।
ଶାହ ଓଡିଶା ଗସ୍ତରେ ଆଜି ଆସିଥିବା ବେଳେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦଳ ପକ୍ଷରୁ ଆୟୋଜିତ ସମାବେଶରେ ଶାହ ଉଦବୋଧନ ଦେବା ବେଳେ ଗତ ନିର୍ବାଚନରେ ଓଡିଶାରେ ହୋଇଥିବା ଦଳର ଫଳାଫଳ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ଶାହଙ୍କ ବକ୍ତବ୍ୟକୁ ତର୍ଜମା କଲେ ଜଣାପଡୁଛି ତାଙ୍କ ଭବିଷ୍ୟବାଣୀ ସତ ହୋଇନଥିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଠାଇ ବଙ୍ଗୋପସାଗରରେ ଫିଙ୍ଗିବାରେ ସମର୍ଥ ହୋଇନଥିଲେ ବି ସେ ଅସନ୍ତୁଷ୍ଟ ହୋଇନାହାନ୍ତି । ସେ ଏତିକିରେ ଖୁସି ଯେ ଓଡିଶାରେ କଂଗ୍ରେସକୁ ୩ନଂକୁ ପଠାଇ ନିଜ ଦଳ ବିଜେପି ୨ନଂକୁ ଆସିପାରିଛି । ମୁଖ୍ୟ ବିରୋଧୀ ଦଳ ପଦରୁ କଂଗ୍ରେସକୁ ହଟାଇ ବିଜେପି ବସି ପାରିଛି ।
ଶାହ କହିଛନ୍ତି , ଓଡିଶାରେ ବିଜେପି ମଜବୁତ ହୋଇପାରିଛି । ପୂର୍ବ ଭାରତରେ ବିଜେପିର ଏହା ବହୁତ ବଡ ସଫଳତା । ଲୋକସଭା ନିର୍ବାଚନ ପରେ ସେ ପ୍ରଥମଥର ପାଇଁ ଓଡିଶା ଆସିଛନ୍ତି । ଓଡିଶାବାସୀ ବିଜେପିକୁ ଗତ ନିର୍ବାଚନରେ ଯେଉଁ ସଫଳତା ଦେଇଛନ୍ତି ସେଥିନେଇ ସେ ଓଡିଶାବାସୀଙ୍କୁ ପ୍ରଣାମ କରିଥଲେ ଓ ଧନ୍ୟବାଦ ଦେଇଥିଲେ । ଓଡିଶାରେ ଲୋକସଭା ପାଇଁ ୮ଟି ଆସନ ବିଜେପିକୁ ଉତ୍କଳବାସୀ ଦେଇଛନ୍ତି । ଗତଥର ୨୧ପ୍ରତିଶତ ଭୋଟ ମିଳିଥିବା ବେଳେ ଏଥର ୩୮.୪ ପ୍ରତିଶତ ମିଳିଛି । ମୋଦିଙ୍କୁ ବଡ ସଫଳତା ମିଳିଛି । ଏହି ୮ଟି ଆସନ କିଛି କମ ନୁହେଁ । ପୁର୍ବ ଭାରତ ପାଇଁ ବିଜେପିକୁ ଏହା ବଡ ସଫଳତାର ବାର୍ତ୍ତା ଦେଇଛି ବୋଲି ସେ ଦର୍ଶାଇଥଲେ । କଂଗ୍ରେସକୁ ମୁଖ୍ୟ ବିରୋଧୀ ଦଳରୁ ହଟାଇ ବିଜେପିକୁ ବସାଇଛନ୍ତି । ଓଡିଶାବାସୀଙ୍କର ମୋଦିଙ୍କ ଉପରେ ଭରଷା ଥିବାରୁ ଏହି ସଫଳତା ମିଳିଛି । ବିଜେପିକୁ ନିର୍ବାଚନରେ ୯୧ଲକ୍ଷ ଭୋଟ ମିଳିଥିବାବେଳେ ନବୀନ ପଟ୍ଟନାୟକଙ୍କୁ ୧କୋଟି ୧୦ଲକ୍ଷ ଭୋଟ ମିଳିଛି । ବିଜେପିକୁ ୯୧ଲକ୍ଷ ଭୋଟ ମିଳିଥିବାରୁ ଆଉ ଗୋଟିଏ ଲମ୍ଫ ପ୍ରଦାନ କଲେ ଓଡିଶାରେ ସରକାର ଗଢିପାରିବ । ବିଧାନସଭାରେ ବିଜେପି ଆଗକୁ ବଢିଛି । ୩୭ହଜାର ବୁଥ ମଧ୍ୟରୁ ୧୪ହଜାରରୁ ଅଧିକ ବୁଥରେ ବିଜେପି ଆଗରେ ରହିଛି । ୯୫ବୁଥରେ ବିଜେପି ଦ୍ୱିତୀୟ ନଂରେ ରହିଛି । ଏହି ସଫଳତା ବିଜେପି କର୍ମକର୍ତ୍ତା ଏବଂ ଓଡିଶାବାସୀଙ୍କ ପାଇଁ ହୋଇଛି ।
ଏଥିସହ ଶାହ କେନ୍ଦ୍ରରେ କଂଗ୍ରେସ କ୍ଷମତାରେ ଥିବା ସମୟରେ ଓଡିଶାକୁ ପର୍ଯ୍ୟାପ୍ତ ସହାୟତା ମିଳି ନଥିବା ବେଳେ ବିଜେପି ୫ବର୍ଷରେ ସବୁକ୍ଷେତ୍ରରେ ଅଧିକ ସହାୟତା ଦେଇଛି । ୫ବର୍ଷରେ ଓଡିଶାର ସବୁ ଲୋକଙ୍କ ପାଇଁ ବିକାଶ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ କ୍ଷେତ୍ରରେ ଓଡିଶାକୁ ପ୍ରାଧାନ୍ୟ ଦେଇଛନ୍ତି । କେଉଁ କେଉଁ କ୍ଷେତ୍ରରେ ଓଡିଶାକୁ ସହାୟତା ମଳିଛି ତାହାର ଏକ ଲମ୍ବା ତାଲିକା ସେ ଦେଇଥିଲେ ।
କିନ୍ତୁ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ସରକାରଙ୍କ କଥା ଉଠାଇ ନଥିଲେ କିମ୍ବା କୌଣିସ ପ୍ରତିକୂଳ ମନ୍ତବ୍ୟ ଦେଇନଥିଲେ । ଏଥିରେ ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତ ଦେଉଛନ୍ତି, ସମାବେଶ ପୂର୍ବରୁ ନବୀନ ଶାହଙ୍କୁ ଡାକି ମଧ୍ୟାହ୍ନ ଭୋଜନରେ ଏଭଳି ଅତିଥି ଚର୍ଚ୍ଚା କରିଥିଲେ ଯେ ଯାହା ଶାହଙ୍କ ମୁହଁକୁ କଟୁକ୍ତି କରିବାରେ ବାନ୍ଧି ରଖିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking