ନୂଆଦିଲ୍ଲୀ : ଆସାମ ବର୍ତ୍ତମାନ ଭୀଷଣ ବନ୍ୟା ପରିସ୍ଥିତିରେ ରହିଛି। ଯେଉଁଆଡ଼େ ଚାହିଁବ, ସେହିଆଡ଼େ କେବଳ ପାଣି ହିଁ ପାଣି। ଏହି ବନ୍ୟାରେ ୨୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏମିତି ସ୍ଥିତିରେ ସାରା ଦେଶରୁ ଆସାମକୁ ସହାୟତା ଛୁଟୁଛି। ଏହିପରି ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଆସାମର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ନିଜ ଟ୍ଵିଟର ଆକାଉଣ୍ଟରୁ ଏକ ପୋଷ୍ଟ୍ କରିଛନ୍ତି। ସେ ଲେଖିଛନ୍ତି, ‘ବଲିଉଡ୍ ଅଭିନେତା ଆମିର ଖାନ ସିଏମ୍ ରିଲିଫ୍ ଫାଣ୍ଠିକୁ ୨୫ ଲକ୍ଷ ଟଙ୍କାର ଯୋଗଦାନ ଦେଇ ଆମ ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ତାଙ୍କର ଚିନ୍ତା ଏବଂ ଉଦାର କାର୍ୟ୍ୟ ପାଇଁ ମୋର କୃତଜ୍ଞତା’।ସୂଚନାଥାଉ ଯେ ଆସାମ ବନ୍ୟା ଯୋଗୁ ପାଖାପାଖି ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।