30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକାର୍ ରେ ଡ୍ରାଇଭର ଏକା ଥିଲେ ମାସ୍କ ପିନ୍ଧିବେ ନା ନାହିଁ

କାର୍ ରେ ଡ୍ରାଇଭର ଏକା ଥିଲେ ମାସ୍କ ପିନ୍ଧିବେ ନା ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ଏକା କାର୍ ଚଲାଉଥିବା ବ୍ୟକ୍ତିଙ୍କୁ ବି ମାସ୍କ ଲଗାଇବା ଜରୁରୀ । ହାଇକୋର୍ଟ କହିଛନ୍ତି, ଗାଡିକୁ ପବ୍ଲିକ ପ୍ଲେସ ବୋଲି ଧରାଯାଏ । ବିନା ମାସ୍କରେ ଏକା କାର୍ ଚଲଉଥିବା ବ୍ୟକ୍ତିଙ୍କ ଚାଲାଣ କଟାଯିବା ମାମଲାରେ ଦିଲ୍ଲୀ ହାଇକୋର୍ଟରେ ସୋମବାର ଶୁଣାଣୀ ହୋଇଥିଲା । ନ୍ୟାୟମୂର୍ତ୍ତି ପ୍ରତିଭା ଏମ ସିଂହ ଙ୍କ ଖଣ୍ଡପୀଠ ମୌଖିକ ଭାବରେ କହିଥିଲେ, ଯଦି ଆପଣ ଏକା ବି କାର୍ ଚଲଉଛନ୍ତି, ତେବେ ଏଥିରେ ଏତେ ଆପତ୍ତି କଣ ପାଇଁ । ଏହା ତ ଆପଣଙ୍କ ନିଜ ସୁରକ୍ଷା କଥା । ଏତିକି ସଚେତନ ତ ଜଣେ ବ୍ୟକ୍ତି ହେବା ଦରକାର । ଯେତେବେଳେ ଟ୍ରାଫିକ ସିଗନାଲରେ ଗାଡି ରହେ, ଅନେକଥର ଗାଡି ଚାଳକଙ୍କୁ ନିଜ ସାଇଡ ଝରକା ଖୋଲିବାକୁ ପଡେ । କୋରନା ଭାଇରସ ଏତେ ପ୍ରଭାବଶାଳୀ ଯେ, ଏହା ମଧ୍ୟରେ ବି ସେ କୌଣସି ବ୍ୟକ୍ତିକୁ ନିଜ ଶିକାର କରିପାରେ । ପୀଠ କହିଛନ୍ତି, ସରକାର ଯେଉଁ ନିୟମ କରିଛନ୍ତି, ଆପଣଙ୍କୁ ସପରକ୍ଷିତ ରଖିବା ପାଇଁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking