31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକରୋନା କବଜା୍‌ରେ ଟ୍ରମ୍ପ ଓ ପତ୍ନୀ ମେଲାନିଆ

କରୋନା କବଜା୍‌ରେ ଟ୍ରମ୍ପ ଓ ପତ୍ନୀ ମେଲାନିଆ

ନୂଆଦିଲ୍ଲୀ: କରୋନାରେ ଅଧିକ ପ୍ରଭାବିତ ହେଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର କବଜାକୁ ଆସିଛନ୍ତି । ଏନେଇ ଆଜି ସକାଳେ ଟ୍ରମ୍ପ ଟ୍ୱିଟ ଜରିଆରେ କହିଛନ୍ତି ଯେ, ସେ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଦୁହେଁ କ୍ୱାରେଣ୍ଟାଇନରେ ରହିଛନ୍ତି ।

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ସଚିବ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ଲକ୍ଷଣ ପରେ ତାଙ୍କ ବ୍ୟକ୍ତିଗତ ସଚିବ ହୋପ୍ ହିକ୍ସ ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ହୋପ୍ ହିକ୍ସ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଏୟାର ଫୋର୍ସରେ ନିୟମିତ ଯାତ୍ରା କରନ୍ତି ।

ବର୍ତ୍ତମାନ ଆମେରିକାରେ ନିର୍ବାଚନ ଋତୁ । ହୋପ୍ ହିକ୍ , ଆମେରିକା ରାଷ୍ଟ୍ରପତିଙ୍କ ସହିତ ଏୟାରଫୋର୍ସ ୱାନରେ ସବୁ ସ୍ଥାନକୁ ଗସ୍ତ କରିଥାନ୍ତି । ନିକଟରେ ପ୍ରେସିଡେଣ୍ଟ ଡିବେଟ ପାଇଁ ହୋପ୍ ହିକ୍ ଟ୍ରମ୍ପଙ୍କ ସହିତ କ୍ଲିଓଲାଣ୍ଡ ଗସ୍ତ କରିଥିଲେ । ଏହାପରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking