27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଟ୍ରକରୁ ମିଳିଲା ୪୬ ଜଣଙ୍କ ମୃତଦେହ

ଟ୍ରକରୁ ମିଳିଲା ୪୬ ଜଣଙ୍କ ମୃତଦେହ

ନୂଆଦିଲ୍ଲୀ : ଆମେରିକାରେ ଏକ ଟ୍ରକ ରୁ ମିଳିଲା ୪୬ ଜଣଙ୍କ ମୃତଦେହ । ତେବେ ସମସ୍ତ ୪୬ ଜଣ ଲୋକ ପ୍ରବାସୀ ବୋଲି ଅନୁମାନ କରାଯାଇଛି । ଆମେରିକାର ଟେକ୍ସାସ ସହରରେ ଘଟିଛି ଘଟଣା । ସୂଚନା ଅନୁଯାୟୀ ଟ୍ରକ ଭିତରେ ୪୬ ଜଣଙ୍କ ମୃତଦେହ ଥିବା ବେଳେ ଅନ୍ୟ ୧୬ ଜଣ ବେହୋଶ ଅବସ୍ଥାରେ ରହିଥିଲେ । ସେମାନଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ।ଏହି ଟ୍ରକ ଟେକ୍ସାସର ଦକ୍ଷିଣ-ପଶ୍ଚିମରେ ଥିବା ସୈନ୍ୟ ଏଣ୍ଟୋନିଓ ର ବିରାନ ସଡକ ପାଖରେ ମିଳିଥିଲା । କୁହାଯାଉଛି କି ଏହି ଲୋକମାନଙ୍କୁ ଆମେରିକାରେ ଲୁଚି କରି ପଶା ଯାଉଥିଲା । ଏପରି ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ପୁଲିସ କୁ ଜଣେ ବ୍ୟକ୍ତି ଏ ନେଇ ସୂଚନା ଦେଇଥିଲେ । ପୁଲିସ ପହଁଚି ଟ୍ରକର ଗେଟ ଭାଙ୍ଗି ସମସ୍ତ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ୧୬ ଜଣଙ୍କ ମଧ୍ୟରେ ୪ ଜଣ ଛୋଟ ପିଲା ଥିଲେ । ଏହି ଘଟଣାରେ ୩ ଜଣ ଙ୍କୁ ଗିରଫ କରାଯାଇଛି । ମାନବ ତସ୍କରୀ ପାଇଁ ଏହି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking