37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶଚୀନ କ୍ଷେପଣାସ୍ତ୍ର କମ୍ପାନି ଉପରେ କଟକଣା ଲଗାଇଲା ଆମେରିକା

ଚୀନ କ୍ଷେପଣାସ୍ତ୍ର କମ୍ପାନି ଉପରେ କଟକଣା ଲଗାଇଲା ଆମେରିକା

ୱାସିଂଟନ : ଆମେରିକା ଓ ଚୀନ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ଆମେରିକା ସରକାର ଚୀନର ୩ଟି ସାମରିକ ସାମଗ୍ରୀ ନିର୍ମାଣକାରୀ କମ୍ପାନି ଉପରେ କଟକଣା ଲଗାଇଛନ୍ତି । ଏହି କମ୍ପାନିମାନେ ବିଶ୍ୱରେ ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ରର ପ୍ରସାର କରୁଛନ୍ତି ବୋଲି ଆମେରିକା ଅଭିଯୋଗ କରିଛି । ବିଶେଷକରି ଇରାନ, ଉତ୍ତରକୋରିଆକୁ ଚୀନ ମିସାଇଲ ଟେକ୍ନଲୋଜୀ ଯୋଗାଉଥିବାରୁ ଆମେରିକା ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । କଟକଣା ଲଗାଯାଇଥିବା ଏହି ୩ଟି କମ୍ପାନି ହେଲେ ଚାଇନା ଏରୋସ୍ପେଶ ସାଇନ୍ସ ଏଣ୍ଡ ଟେକନଲୋଜୀ କର୍ପୋରେସନ, ଚାଇନା ଏରୋସ୍ପେଶ ସାଇନ୍ସ ଏଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେସନ ଓ ପଲି ଟେକ୍ନଲୋଜିସ କର୍ପୋରେସନ । ଏହି କମ୍ପାନିମାନେ କ୍ରୁଜ ମିସାଇଲ ଓ ଦୂରଗାମୀ ବାଲିଷ୍ଟିକ ମିସାଇଲ ନିର୍ମାଣ କରିଥା’ନ୍ତି । ଆମେରିକାର ଏହି କଟକଣାକୁ ଚୀନ ଦୃଢ ବିରୋଧ କରିଛି । ସମଗ୍ର ବିଶ୍ୱରେ ଗଣସଂହାରକାରୀ ଅସ୍ତ୍ରଶସ୍ତ୍ରର ପ୍ରସାର କ୍ଷେତ୍ରରେ ସବୁଠାରୁ ଆଗରେ ଆମେରିକା ରହିଥିବାବେଳେ ଚୀନ ଉପରେ କଟକଣା ଲଗାଇବା ଆମେରିକାର ଦୋମୁହାଁ ନୀତିର ପରିଚାୟକ ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି । ଆମେରିକା ଯଥାଶୀଘ୍ର ନିଜର ଭୁଲ ସୁଧାରିବା ସହ ଚୀନ କମ୍ପାନିମାନଙ୍କୁ ଦବାଇବାର ଉଦ୍ୟମ କରିବା ଛାଡ଼ୁ ବୋଲି ସେ କହିଛନ୍ତି । ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ରିପୋର୍ଟ ଅନୁସାରେ ବିଶ୍ୱରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ବଜାରର ୩୭ ପ୍ରତିଶତ ଅଂଶ ଆମେରିକା କବଜାରେ ଥିବାବେଳେ ମାତ୍ର ୫ ପ୍ରତିଶତ ଅଂଶ ଚୀନ ପାଖରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking