37.2 C
Bhubaneswar
Friday, April 19, 2024
Homeକରୋନାଆମେରିକାରେ ତାଣ୍ଡବ ରଚିଛି କରୋନା : ୨୪ଘଣ୍ଟାରେ ୨୬୦୦ ମୃତ୍ୟୁ

ଆମେରିକାରେ ତାଣ୍ଡବ ରଚିଛି କରୋନା : ୨୪ଘଣ୍ଟାରେ ୨୬୦୦ ମୃତ୍ୟୁ

ନୂଆଦିଲ୍ଲୀ : ୨୧୦ ରାଷ୍ଟ୍ରରେ ପହଞ୍ଚିଥିବା କରୋନା ଭାଇରସ୍ ଯୋଗୁଁ ବିଶ୍ବବ୍ୟାପୀ ପ୍ରାୟ ୨୧ ଲକ୍ଷ ଲୋକ ଭାଇରସ୍ ଆକ୍ରାନ୍ତ ହୋଇଥିବା ବେଳେ ୧ଲକ୍ଷ ୪୧ ହଜାର ଲୋକ ଏହି ବିଶ୍ବ ମହାମାରୀରେ ପ୍ରାଣ ହରାଇଛନ୍ତି। ଆମେରିକାରେ ସ୍ଥିତି ସାଂଘାତିକ ହୋଇଯାଇଛି। ଆମେରିକାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୬୦୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୩୨ ହଜାର ଅତିକ୍ରମ କରିଯାଇଛି। କରୋନା ମୃତ୍ୟୁରେ ଏହା ଏକ ନୂଆ ରେକର୍ଡ। ଆମେରିକାରେ ଲଗାତାର କିଛି ଦିନ ଧରି ମୃତ୍ୟୁସଂଖ୍ୟା ୨,୦୦୦ରୁ ଅଧିକ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଗତକାଲି କହିଥିଲେ ଯେ, ତଥ୍ୟରୁ ଜଣାପଡ଼ୁଛି , ଦେଶବ୍ୟାପୀ ଆମେ ନୂଆ ମାମଲାରେ ଶିଖର ଅତିକ୍ରମ କରିଛୁ। ପରିସ୍ଥିତି ଏଥର ସୁଧୁରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଆମେରିକାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୩୬ ହଜାର ୩୫୦ ରହିଛି। ସାରା ବିଶ୍ବରେ ଆମେରିକା କରୋନା ମୁକାବିଲା ପାଇଁ ଖୁବ୍ ଶୀଘ୍ର ‘ଆକ୍ୟୁରେଟ୍ ଟେଷ୍ଟିଂ ସିଷ୍ଟମ୍‌’ ଆରମ୍ଭ କରିଛି। ଆମେରିକା ପ୍ରାୟ ୩୦ ଲକ୍ଷ ୩୦ ହଜାର ନମୁନା ପରୀକ୍ଷା‌ କରି ସାରିଛି। ଆମେରିକାରେ ୩୦୦ କମ୍ପାନି ଲ୍ୟାବ୍ ପରୀକ୍ଷା ଦିଗରେ କାମ କରୁଛନ୍ତି। ଅନ୍ୟପକ୍ଷେ ଦକ୍ଷିଣ କୋରିଆରେ ସରକାରଙ୍କ ଚିନ୍ତା ବଢ଼ିଛି। ଦକ୍ଷିଣ କୋରିଆରେ କରୋନାରୁ ସୁସ୍ଥ ହୋଇଥିବା ୧୪୧ ଜଣ ପୁଣିଥରେ ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଛି। ଏହାପରେ କ‌ରୋନାରୁ ମୁକ୍ତ ହୋଇଥିବା ଅନ୍ୟ ରୋଗୀମାନଙ୍କ ନମୁନା ବି ପୁଣିଥରେ ପରୀକ୍ଷା‌ ଆରମ୍ଭ ହୋଇଛିବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking