37.2 C
Bhubaneswar
Friday, April 19, 2024
Homeଅପରାଧରୋଗୀ ନେବା ବାହାନା ରେ ଆମ୍ବୁଲାନସରେ ଚାଲିଛି ଗଂଜେଇ ଚାଲାଣ

ରୋଗୀ ନେବା ବାହାନା ରେ ଆମ୍ବୁଲାନସରେ ଚାଲିଛି ଗଂଜେଇ ଚାଲାଣ

ଫୁଲବାଣୀ: ଆମ୍ବୁଲାନସରେ ରୋଗୀ ନେବା ବଦଳରେ ଚାଲିଛି ଗଂଜେଇ ଚାଲାଣ । କନ୍ଧମାଳରୁ ଭୁବନେଶ୍ୱରକୁ ଆମ୍ବୁଲାନସରେ ଗଂଜେଇ ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୁଲିସ ହଠାତ  ଚଢ଼ାଉ କରି ସେଥିରୁ ୨ ବସ୍ତା ଗଂଜେଇ ଜବତ କରିଛି। ଜବତ ଗଞ୍ଜେଇର ଓଜନ ପ୍ରାୟ  ୮୨ କିଲୋ ବୋଲି ପୁଲିସ କହିଛି। ରୋଗୀ ନେବା ବାହାନା କରୁଥିବା ଗାଡ଼ିର ଚାଳକ ତଥା ମାଲିକ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରତମାଟିର ଅଜୟ କୁମାର ପ୍ରଧାନକୁ ପୁଲିସ ଗିରଫ କରିଛି।
ଆମ୍ବୁଲାନ୍ସ ଟି ଗଂଜେଇ ଚକରରେ ଆସିଥିବା ସନ୍ଦେହ କରି କିଛି ଲୋକ ଏ ନେଇ ଏସପିଙ୍କୁ ଫୋନ କରି ଜଣାଇଥିଲେ।କୌଶଳକ୍ରମେ ଆମ୍ବୁଲାନସ ଧରି ଖସି ପଳାଇ ଯିବାକୁ ଅଜୟ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ କାବୁ କରି ନେଇଥିଲା। ଆମ୍ବୁଲାନସ ଖାନତଲାସ ପରେ ସେଠାରୁ ଗଂଜେଇ ଭର୍ତ୍ତି ୨ଟି ବସ୍ତା ମିଳିଥିଲା। ପୂର୍ବରୁ ଅଜୟ ଏଭଳି କାମ କରିଛି କି ନାହିଁ। ଆଉ ଏହି କାମରେ କିଏ ସଂପୃକ୍ତ ଅଞ୍ଚନ୍ତି କି ନାହିଁ ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ  ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking