33.1 C
Bhubaneswar
Thursday, April 25, 2024
Homeଓଡିଶାସରକାର କା ମାଲ୍ ଦରିଆ ମେ ଡାଲ୍‌, ଡାକ୍ତରଖାନାରେ ଖତ ଖାଉଛି ଆମ୍ବୁଲାନ୍ସ

ସରକାର କା ମାଲ୍ ଦରିଆ ମେ ଡାଲ୍‌, ଡାକ୍ତରଖାନାରେ ଖତ ଖାଉଛି ଆମ୍ବୁଲାନ୍ସ

ଦେଓଗାଁ : କରୋନା ମହାମାରୀରେ ଲୋକଙ୍କୁ ମିଳୁନି ଆମ୍ବୁଲାନ୍ସ । ସେଥିପାଇଁ କିଏ ସାଇକେଲର ଶବ ବୋହୁଛି ତ ପୁଣି କିଏ କାନ୍ଧରେ ବୋହି ନେଉଛି । ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ନେବା ଆଣିବା ପାଇଁ ଥିବା ଆମ୍ବୁଲାନ୍ସ ଖତ ଖାଉଛି ଗ୍ୟାରେଜ ଭିତରେ । ତାହା ପୁଣି ଡ୍ରାଇଭର ଅଭାବରୁ । ରୋଗୀ ନ ବୋହି ଦୀର୍ଘ ବର୍ଷ ହେଲା ଡାକ୍ତରଖାନା ଭିତରେ ଆମ୍ବୁଲାନ୍ସ ପଡ଼ିରହିଛି ।
କିନ୍ତୁ କ’ଣ କଲେ ଏହି ଆମ୍ବୁଲାନ୍ସଟି କାର୍ଯ୍ୟକ୍ଷମ ହେବ ସେ ବିଷୟରେ ରାଜନେତା କି ସରକାରୀ ଅଧିକାରୀ କେହି ଧ୍ୟାନ ଦେଉନାହାନ୍ତି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଗତ ୨୦୧୩-୧୪ ଆର୍ôଥକ ବର୍ଷରେ ସାଂସଦ ପାଣ୍ଠିରୁ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ ତତ୍କାଳୀନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ । କିନ୍ତୁ ଦୀର୍ଘ ୭ ବର୍ଷ ହେଲା ଏହି ଆମ୍ବୁଲାନ୍ସଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗ୍ୟାରେଜ ଭିତରେ ପଡ଼ିରହିଛି । ଏହି ଆମ୍ବୁଲାନ୍ସକୁ ଚଳାଇବା ପାଇଁ ସେ ସମୟର ଜଣେ ଡ୍ରାଇଭରକୁ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ନିଯୁକ୍ତି ଦେଇଥିଲେ । ଦେଓଗାଁ ଜାତୀୟ ରାଜପଥ ଉପରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ଆହତ ମାନଙ୍କୁ ଆମ୍ବୁଲାନ୍ସରେ ନ ନେଇ ଦମକଳ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଅନେକ ସମୟରେ ଅକ୍ସିଜେନ ଅଭାବରୁ ଗୁରୁତର ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ୁଛି । ଯଦି ଡାକ୍ତରଖାନାରେ ପଡ଼ିରହିଥିବା ଆମ୍ବୁଲାନ୍ସକୁ ଅଗ୍ନିଶମ ବାହିନୀକୁ ଯୋଗାଇ ଦିଆଯାଏ, ତାହା ହେଲେ ଅନେକ ଲୋକଙ୍କ ଜୀବନ ବଞ୍ଚିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking