34.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ : ୧ମୃତ, ୪ ଗୁରୁତର

ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ : ୧ମୃତ, ୪ ଗୁରୁତର

ଯାଜପୁର : ଯାଜପୁର ରୋଡ୍ ଥାନା ଦଳା ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଗୋଟିଏ ଟ୍ରକ୍‌କୁ ଧକ୍କା​ ‌ଦେଇଛି। ଫଳରେ ଘଟଣାସ୍ଥଳରେ ରୋଗୀର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇ ଯାଜପୁର ରୋଡ ମେଡ଼ିକାଲରେ ଭତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବରୀ ଅଞ୍ଚଳର ଅମୂଲ୍ୟ ମଲିକଙ୍କ ସ୍ତ୍ରୀ ଅସୁସ୍ଥ ଥିବାବେଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଣିକୋଇଲିରୁ ଯାଜପୁର ରୋଡ ମେଡ଼ିକାଲକୁ ଯାଉଥିଲେ। ତାଙ୍କ ସହିତ ସ୍ୱାମୀ ଅମୂଲ୍ୟ ଏବଂ ୮ମାସ ଓ ୨ବର୍ଷର ଦୁଇଟି ଶିଶୁ ଥିଲେ। ଏହି ସମୟରେ ଦଳା ସ୍କୁଲ ଛକ ନିକଟରେ ଆମ୍ବୁଲାନ୍ସଟି ରାସ୍ତାପାର୍ଶ୍ଵରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅମୂଲ୍ୟଙ୍କ ସ୍ତ୍ରୀ ପ୍ରାଣ ହରାଇଥିବାବେଳେ ଚାଳକ ସମେତ ୨ ଶିଶୁ ଏବଂ ଅମୂଲ୍ୟ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking