30.1 C
Bhubaneswar
Wednesday, April 24, 2024
Homeଓଡିଶାଥମୁନି ଜନନୀ ଯନ୍ତ୍ରଣା : ଭାରରେ ବୁହା ହେଲେ ପ୍ରସୂତି

ଥମୁନି ଜନନୀ ଯନ୍ତ୍ରଣା : ଭାରରେ ବୁହା ହେଲେ ପ୍ରସୂତି

ଚିତ୍ରକୋଣ୍ଡା : ଥମୁନି ଜନନୀ ଯନ୍ତ୍ରଣା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ନୂଆଗୁଡ଼ା ପଞ୍ଚାୟତର ପାଳିଗୁଡ଼ା ଗାଁରେ ଜନନୀ ଯନ୍ତ୍ରଣାର ଚିତ୍ର ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଶନିବାର ପାଳିଗୁଡ଼ା ଗାଁର ଭୀଷ୍ମ ହାନ୍ତାଳଙ୍କ ସ୍ତ୍ରୀ ଢମୁନି ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ଭୀଷ୍ମ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁର ରାସ୍ତା ଭଲ ନଥିବାରୁ ଆମ୍ବୁଲାନ ୩ କିମି ଦୂର ରଥଗୁଡ଼ାଠାରେ ଅଟକି ରହିଥିଲା। ଫଳରେ କୌଣସି ଉପାୟ ନପାଇ ଢମୁନିଙ୍କ ପରିବାର ଲୋକେ ଏକ ଭାରରେ ତାଙ୍କୁ ତିନି କିଲୋମିଟର ବୋହି ଆମ୍ବୁଲାନ୍ସ ଥିବା ସ୍ଥାନକୁ ଆଣିଥିଲେ। ଏଥିସହ ଆମ୍ବୁଲାନ୍ସର ୩ ଜଣ କର୍ମଚାରୀ ମଧ୍ୟ ତାଙ୍କୁ ସହାୟତା କରିଥିଲେ। ସେଠାରୁ ଢମୁନିଙ୍କୁ ଆମ୍ବୁଲାନ୍ସରେ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking