ଗାଁକୁ ଆସିଲାନି ଆମ୍ବୁଲାନ୍ସ, ଚାଲି ଚାଲି ଆସିଲେ ଗର୍ଭବତୀ 

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା କେଗାଁ ପଞ୍ଚାୟତ ସାନଚେର ଗାଁ କର୍ଲାପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗାଁ ରାସ୍ତା ଖରାପ ଥିବାରୁ ଗାଁ ମଧ୍ୟକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଦିର୍ଘ ୧ କିଲୋମିଟର ଗର୍ଭବତୀ ମହିଳା ଚାଲି ଚାଲି ଆସି ଆମ୍ବୁଲାନ୍ସରେ ବସି ଡାକ୍ତରଖାନା ଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ,  ଆଜି ସକାଳେ କର୍ଲାପଡାର ଚନ୍ଦ୍ରଧ୍ୱଜ ବିଶିଙ୍କ ପତ୍ନିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଘର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗାଁ ରାସ୍ତା ଖରାପ ଥିବାରୁ ୧ କିଲୋମିଟର ଦୂରରେ ରହିଥିଲା । ଫଳରେ ଘରଲୋକେ ବାଧ୍ୟ ହୋଇ ଚନ୍ଦ୍ରକାନ୍ତିଙ୍କୁ ଅଧାବାଟ ଚାଲି ଚାଲି ନେବାପରେ ଆମ୍ବୁଲାନ୍ସରେ ବସି ଡାକ୍ତରଖାନା ଯାଇଥିଲେ । ସାନଚେର ଗାଁରୁ ବସ୍ତିପଡାଠାରୁ କର୍ଲାପଡା ପର୍ଯ୍ୟନ୍ତ ପାଖାପାଖି ଦୁଇ କିଲୋମିଟର ରାସ୍ତା ଦିର୍ଘ ଦିନ ହେଲା ଅତ୍ୟନ୍ତ ଖରାପ ଥିଲେ ମଧ୍ୟ ଏହାର ମରାମତି ହେଉନଥିବାରୁ ଆଜି ଗାଁ ମଧ୍ୟକୁ ଆମ୍ବଲାନ୍ସ ଯାଇ ପାରୁନଥିବାରୁ ଆଜି ଏପରି ଘଟଣା ଘଟିଲା ବୋଲି ଅଭିଯୋଗ କରିଛନ୍ତି କର୍ଲାପଡାର ଲୋକେ । ଏଣୁ ଉକ୍ତ ରାସ୍ତାକୁ ଯଥା ଶୀଘ୍ର ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here