ଆମ୍ବୁଲାନ୍ସ ଧକ୍କାରେ ୩ ମୃତ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଏନଏଚ-୧୬ର ନେଉଳପୁର ନିକଟରେ ଏକ ମର୍ମନ୍ତୁଡ ସଡକ ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଆମ୍ବୁଲାନ୍ସ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି । ବାଇକ ଆରୋହୀ ପୁରୁଷ, ମହିଳା ଓ ଜଣେ ଶିଶୁ ଙ୍କ ମୃତ୍ୟୁ ହୋଇଛି । ରାସ୍ତା କାମ ଯୋଗୁଁ ଗୋଟିଏ ପଟେ ଗାଡି ଯାଉଥିବାରୁ ଦୁର୍ଘଟଣାଟି ଘଟିଛି । ମୃତକଙ୍କର ପରିଚୟ ମିଳିନଥିବା ବେଳେ ଆମ୍ବୁଲାନ୍ସ ମଧ୍ୟରେ ରୋଗୀ ନଥିବା ସୂଚନା ରହିଛି । ଦୁର୍ଘଟମା ପରେ ଘଟଣାସ୍ଥଳରୁ ଆମ୍ବୁସ୍ନ୍ ଡ୍ରାଇଭର ଫେରାର ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here