26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆଜିଠାରୁ ଅମରନାଥ ଯାତ୍ରା: ଜମ୍ମୁରୁ ବାହାରିଲେ ପ୍ରଥମ ବ୍ୟାଚ୍ ଯାତ୍ରୀ

ଆଜିଠାରୁ ଅମରନାଥ ଯାତ୍ରା: ଜମ୍ମୁରୁ ବାହାରିଲେ ପ୍ରଥମ ବ୍ୟାଚ୍ ଯାତ୍ରୀ

ଜମ୍ମ : ଆଜିଠାରୁ  ଜମ୍ମୁ-କଶ୍ମୀରରେ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଉପଲକ୍ଷେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ବୁଧବାର ଜମ୍ମୁସ୍ଥିତ ଯାତ୍ରୀନିବାସ ମୂଳ ଶିବିରରେ ପତାକା ଦେଖାଇ ଯାତ୍ରାରମ୍ଭ କରିଥିବା ପ୍ରଥମ ବ୍ୟାଚ୍ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଯାତ୍ରୀମାନେ ଶ୍ରୀନଗରରେ ପହଞ୍ଚିବାପରେ ଦୁଇଟି ରାସ୍ତା ଯଥା ପେହେଲଗାଓଁ କିମ୍ବା ବାଲତାଲ୍ ଦେଇ ଅମରନାଥ ଗୁମ୍ଫା ଅଭିମୁଖେ ଅଗ୍ରସର ହେବେ ।

୨୦୧୯ରେ ଜମ୍ମୁ-କଶ୍ମୀର ବିଭାଜନ ଯୋଗୁଁ ଅମରନାଥ ଯାତ୍ରାକୁ ଅଧାରୁ ବାତିଲ କରାଯାଇଥିଲା । ପୁନଶ୍ଚ କୋଭିଡ୍ ଯୋଗୁଁ ଦୁଇବର୍ଷ ଏହି ଯାତ୍ରାକୁ ବାତିଲ କରାଯାଇଥିଲା । ଏବର୍ଷ ପୁଣି ଯାତ୍ରା ଆରମ୍ଭ ହୋଇଥିବାରୁ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହିତ ଅଛନ୍ତି । ସେମାନଙ୍କର ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଗଷ୍ଟ ୧୧ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking