30.1 C
Bhubaneswar
Wednesday, April 24, 2024
Homeକରୋନାସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନ କରୋନା ସଂକ୍ରମିତ

ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନ କରୋନାରେ ସଂକ୍ରମିତ ହୋଇଛନ୍ତି । ସୋସିଆଲ ମିଡିଆ ଜରିଆରେ ସଂକ୍ରମିତ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ଆକ୍ଟର ଜଣକ କହିଛନ୍ତି ଯେ, ରିପୋର୍ଟ ଆସିବା ପରେ ସେ ନିଜକୁ ଘରେ ଆଇସୋଲେଟ କରି ରଖିଛନ୍ତି ।
ଅଲ୍ଲୁ ଅର୍ଜୁନ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ କରୋନା ପଜିଟିଭ ହୋଇଛି । ଘରେ ହିଁ ନିଜକୁ ଆଇସୋଲେଟ କରି ରଖିଛି ଏବଂ ସବୁ ପ୍ରୋଟୋକୋଲ ଅନୁସରଣ କରୁଛି’ । ତାଙ୍କ ସଂସ୍ପର୍ଶରେ ଯିଏ ବି ଆସିଛନ୍ତି, ସେମାନେ କରୋନା ଟେଷ୍ଟ କରାଇ ନେବାକୁ ସେ କହିଛନ୍ତି ।
ନିଜ ଫ୍ୟାନ୍ସଙ୍କୁ ସେ ଅପିଲ କରିଛନ୍ତି ଯେ, ନିଜ ସ୍ୱାସ୍ଥୟ ଯତ୍ନ ନିଅନ୍ତୁ । ଘରେ ରୁହନ୍ତୁ । ଯାହାକୁ ସୁଯୋଗ ମିଳୁଛି ସେମାନେ ଟିକା ନିଅନ୍ତୁ । ଗତ କିଛି ଦିନ ଧରି ଏହି ଅଭିନେତା ନିଜ ଗୀତ ସିଟି ମାର କାରଣରୁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଏହି ଗୀତ ସଲମାନ ଖାନଙ୍କ ଫିଲ୍ମ ରାଧେ ରେ ବ୍ୟବହାର ହୋଇଛି । ସଲମାନ ଏହି ହିଟ ଗୀତ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ପ୍ରଂଶସା କରିଛନ୍ତି । ସେହିଭଳି ଅଲ୍ଲୁ ବି ସୋସିଆଲ ମିଡିଆ ମାଧ୍ୟମରେ ଦବଙ୍ଗ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking