27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୧୦ ସଂସ୍ଥାଙ୍କୁ ଡ୍ରୋନ୍ ବ୍ୟବହାର ପାଇଁ ଅନୁମତି

୧୦ ସଂସ୍ଥାଙ୍କୁ ଡ୍ରୋନ୍ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏବଂ ଷ୍ଟିଲ୍ ଅଥରିଟି ଅଫ୍ ଇଈ୍‌ଡିଆ (ସେଲ୍‌) ଏବଂ ବେୟର୍ କ୍ରପ୍ ସାଇନ୍ସ ସମେତ ୧୦ଟି ସଂସ୍ଥାକୁ ବିଭିନ୍ନ ଉଦ୍ଦେଶ୍ୟରେ ଡ୍ରୋନ୍ ବ୍ୟବହାର ପାଇଁ ବିମାନ ଚଳାଚଳ ମନ୍ତ୍ରଣାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି । ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ବେଙ୍ଗାଲୁରୁରେ ଅର୍ବାନ୍ ପ୍ରପର୍ଟି ଓପନ୍‌ଶିପ୍ ପାଇଁ ଡ୍ରୋନ୍ ମାଧ୍ୟମରେ ଏରିଅଲ୍ ସର୍ଭେ କରିବା ନିମନ୍ତେ କର୍ଣ୍ଣାଟକ ସରକାରଙ୍କୁ ଏହି ଅନୁମତି ପ୍ରଦାନ କରାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଧାନ ଓ ଲଙ୍କାଚାଷରେ ସେଚନ ପାଇଁ ଡ୍ରୋନ୍ ବ୍ୟବହାର ନିମନ୍ତେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି । ସେହିପରି ଗୁଜରାଟର ବ୍ଲୁ ରେ ଆଭିଏସନ୍ ଓ ତେଲେଙ୍ଗାନାର ଏସିଆ ପ୍ୟାସିଫିକ୍ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀକୁ ଡ୍ରୋନ୍ ବ୍ୟବହାରରେ ରିମୋଟ୍ ପାଇଲଟ୍ ଟ୍ରେନିଂ ପାଇଁ ଅନୁମତି ଦିଆଯାଇଥିବା ବିବୃତିରେ କୁହାଯାଇଛି ।

ଡ୍ରୋନ୍ ଆଧାରିତ ଅଗ୍ରିକଲ୍‌ଚର୍ ରିସର୍ଚ୍ଚ ଗତିବିଧି ପାଇଁ ବେୟର୍ କ୍ରପ୍ ସାଇନ୍ସ ଅନୁମତି ପାଇଛି । ବିଭିଏଲ୍‌ଓଏସ୍‌ର ପରୀକ୍ଷଣ ପାଇଁ ନ୍ୟାସ୍‌ନାଲ୍ ହେଲ୍‌ଥ ମିଶନ୍ ମୁମ୍ବାଇକୁ ପାଲଘରର ଜୱାହର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ସାମଗ୍ରୀ ପହଞ୍ଚାଇବା ପାଇଁ ଡ୍ରୋନ୍ ବ୍ୟବହାରର ଅନୁମତି ଦିଆଯାଇଛି । ସେହିପରି ଗ୍ୟାଙ୍ଗ୍‌ଟକ୍ ସ୍ମାର୍ଟସିଟି ଲିମିଟେଡ୍‌, ପଶ୍ଚିମବଙ୍ଗର ବର୍ନପୁର ଷ୍ଟିଲ୍ ପ୍ଲାଣ୍ଟ୍‌ର ସୁରକ୍ଷା ପାଇଁ ସେଲ୍‌କୁ, ଚେନ୍ନାଇ ଆଧାରିତ ଟ୍ରାକ୍ଟର୍ସ ଆଣ୍ଡ୍ ଫାର୍ମ ଇକ୍ୟୁପ୍‌ମେଣ୍ଟ ଲିମିଟେଡ୍‌କୁ ମଧ୍ୟ ଡ୍ରୋନ୍ ବ୍ୟବହାର ଅନୁମତି ପ୍ରଦାନ କରାଯାଇଛି ।  ମନ୍ତ୍ରଣାଳୟ ପକ୍ଷରୁ ପୁଣେ ଆଧାରିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲୋଜିକୁ ଦେଶର ୫ଟି ସ୍ଥାନରେ ରିସର୍ଚ୍ଚରେ ଡ୍ରୋନ୍ ବ୍ୟବହାର ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ଏହି ଅନୁମତି ମଞ୍ଜୁରୀ ପ୍ରଦାନର ଏକବର୍ଷ ପାଇଁ ବୈଧ ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking