40.1 C
Bhubaneswar
Thursday, April 25, 2024
Homeଓଡିଶାସାରସକଣା ବ୍ଲକ ଆଦର୍ଶଦୁର୍ନୀତି ପ୍ରଶିକ୍ଷଣ କେନ୍ଦ୍ର ପାଲଟିଥିବା ଅଭିଯୋଗ

ସାରସକଣା ବ୍ଲକ ଆଦର୍ଶଦୁର୍ନୀତି ପ୍ରଶିକ୍ଷଣ କେନ୍ଦ୍ର ପାଲଟିଥିବା ଅଭିଯୋଗ

ଉନ୍ନତିକରଣ ନାମରେ ହରିଲୁଟ, ଦୁର୍ନୀତି, ଅର୍ଥ ଆତ୍ମସାତକୁନେଇ ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପୋଖରୀଆ ପଞ୍ଚାୟତ ସ୍ଥିତ ନାରାନଡିହି ଗ୍ରାମର ବହୁ ପୁରାତନ ରାଜାବନ୍ଧର ପଙ୍କଉଦ୍ଧାର ଏବଂ ଉନ୍ନତିକରଣ ପାଇଁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ପାଣିର ସମସ୍ୟା ରହିଛି । ବନ୍ଧ ଚାରି ପାଖର ୪ ଗୋଟି ୱାର୍ଡ ଏବଂ ୮ ଗୋଟି ଗ୍ରାମର ଗ୍ରାମବାସୀମାନେ ଏହି ବନ୍ଧର ଉପରେ ନିର୍ଭର କରି ଆସୁଛନ୍ତି ।

ତେଣୁ ପ୍ରତ୍ଯେକ ବର୍ଷ ହିଁ ଲକ୍ଷ ଲକ୍ଷ ଟଙ୍କାର ବ୍ଯୟ ବରାଦ ହୋଇ କାର୍ଯ୍ଯ ହେଉଥିଲେ ସୁଦ୍ଧା ବନ୍ଧର ପାଣି ପାଇଁ ଏବେ ଗୃହପାଳିତ ଗାଈ ଗୋରୁ, ଛେଳି ମେଣ୍ଢା, ଘୁଷୁରିମାନଙ୍କର ମଧ୍ୟ ବ୍ଯବହାର ଯୋଗ୍ୟ ହୋଇପାରୁ ନାହିଁ । ପ୍ରତିବର୍ଷ କେବଳ ବନ୍ଧର ଆଡି(ହିଡ)କୁ ମେସିନ ଦ୍ୱାରା ସଫା କରି ସବୁ ବ୍ଯୟ ବରାଦ ଟଙ୍କାକୁ ଆତ୍ମସାତ କରାଯାଉଅଛି, କାରଣ ସଠିକ କାମ କରିବାକୁ ଯନ୍ତ୍ରୀ ତପନ କୁମାର ଘୋଷଙ୍କୁ କହିଲେ, କୁହନ୍ତି ଯେ ମୋର କେବଳ ମାପ-ଜୋଖ କରି ବିଲ କରିବା କଥା, କାମ କେମିତି ହେବ ମୁଁ ଜାଣେ ନାହିଁ, ମାତ୍ର ଯନ୍ତ୍ରୀ ତପନ କୁମାର ଘୋଷଙ୍କ ବୈଷୟିକ ତତ୍ତ୍ୱାବଧାନରେ କାମ ହେଉଥିବା ସତ୍ତ୍ୱେ ମୋର ଉଚ୍ଚ ପଦାଧିକାରୀଙ୍କୁ ଜଣାଅ ବୋଲି କହି ଏଡାଇ ଦିଅନ୍ତି ।

ତେବେ ଯନ୍ତ୍ରୀ ଘୋଷବାବୁ ସରକାରୀ ତାହାବିଲରୁ ମୋଟା ଅଙ୍କର ଦରମା ନେଇ କାହାପାଇଁ କାମ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଥିଲା ବେଳେ ଏହାର ତଦନ୍ତ ଜରୁରୀ। ଅନ୍ୟପଟେ ପ୍ରତିବର୍ଷ ରାଜାବନ୍ଧର ଉନ୍ନତିକରଣ ନାମରେ ଯୋଜନା ପ୍ରସ୍ତୁତ କରି ନୂଆ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ନାମରେ ମିଳିମିଶି ଅର୍ଥ ଆତ୍ମସାତ କରିବା ଫଳରେ ବନ୍ଧରେ ସଠିକ କାମ ହୋଇ ନ ପାରି ଦିନକୁଦିନ ବନ୍ଧର ଆୟକଟ ଏରିଆ ପୋତି ହୋଇ ପଡିଆରେ ପରିଣତ ହୋଇ ଯାଉଛି ।

ତେବେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ମୟୁରଭଞ୍ଜ ତରଫରୁ ଟ.୫୪,୦୩,୩୭୯/- ଟଙ୍କା ଅଟକଳ ଖର୍ଚ୍ଚ ବରାଦ ହୋଇ କାର୍ଯ୍ଯ ଚାଲିଛି ଏବଂ ବନ୍ଧର ଆଡିକୁ କାଟି ପାଣି ଶୁଖାଇ ଦିଆଯାଇଛି, କିନ୍ତୁ କୌଣସି ଉନ୍ନତିକରଣ କାର୍ଯ୍ଯ ନ କରି ବନ୍ଧର ଆଡିକୁ ସଫା କରି ଦୁଇ ପାର୍ଶ୍ବର ଶୁଖିଲା ମାଟିକୁ କାଟି ଚତୁରତାର ସହ କାମ ନାମରେ ବରାଦ ଟଙ୍କାକୁ ହଡପ କରାଯାଉଛି ବୋଲି ଗ୍ରାମବାସୀ ପୂର୍ବରୁ ଅଭିଯୋଗ କରିଆସୁଛନ୍ତି । ଯାହାଫଳରେ ବର୍ତ୍ତମାନ ୮ ଟି ଗ୍ରାମର ଗ୍ରାମବାସୀମାନେ ଘୋର ସମସ୍ୟା ଭିତରେ ଜୀବନଯାପନ କରୁଛନ୍ତି। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଯଥାଶୀଘ୍ର ବିଚାର କରି ସମାଧାନ କରନ୍ତୁ ବୋଲି ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣେଇଛନ୍ତି। ଗ୍ରାମ ବାସୀଙ୍କ ୫ ଦଫା ଦାବି ଗୁଡ଼ିକ ହେଲା

ଅବିଳମ୍ବେ ରାଜାବନ୍ଧ ପ୍ରକଳ୍ପ କାର୍ଯ୍ଯକୁ ବନ୍ଦ କରାଯାଉ ଏବଂ ବିଲ୍‌କୁ ମଧ୍ୟ ରଦ୍ଧ କରାଯାଉ ।ରାଜାବନ୍ଧ ପ୍ରକଳ୍ପ କାର୍ଯ୍ଯକୁ ଉଚ୍ଚସ୍ତରୀୟ ଯାଞ୍ଚ କରାଯାଇ ଆଦିବାସୀ ବହୁଳ ଗ୍ରାମବାସୀଙ୍କୁ ଉପକୃତ କରାଯାଉ । ରାଜାବନ୍ଧ ପ୍ରକଳ୍ପ ନାମରେ ଭ୍ରଷ୍ଟାଚାର ଓ ଅର୍ଥ ଆତ୍ମସାତକୁ ରୋକାଯାଉ ।
ଯନ୍ତ୍ରୀ ତପନ କୁମାର ଘୋଷଙ୍କ ବିରୋଧରେ ଉଚ୍ଚସ୍ତରୀୟ (CBI) ଯାଞ୍ଚ କରାଯାଉ । ରାଜାବନ୍ଧର ପ୍ରକଳ୍ପ ଯୋଜନାକୁ ନେଇ 5 (ପାଞ୍ଚ) ପୂର୍ବର ଏବେ ସୁଦ୍ଧା କାର୍ଯ୍ୟକାରୀ ହେଉଥିବା ସମସ୍ତ କାର୍ଯ୍ୟର ଫାଇଲ ଯାଞ୍ଚ କରାଯାଉ ନଚେତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ଉଲ୍ଲେଖଯୋଗ୍ୟ ବିଭିନ୍ନ ସ୍ତରରେ ହେଉଥିବା ଦୁର୍ନୀତିକୁ ରୋକିବା ସହିତ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ସହ ନିରୀହ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଙ୍ଗୀକାର ରାଜ୍ୟ ସରକାର ଏଠାରେ ନୀରବତା ଅବଲମ୍ବନ ସାଙ୍ଗକୁ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ହାତବାନ୍ଧି ବସିବା ପଛରେ କି ରହସ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି। ତେବେ ଏଦିଗରେ ଆଗକୁ କି ପଦକ୍ଷେପ ଗ୍ରହଣ କରାଯାଉଛି ତା ଉପରେ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking