34.1 C
Bhubaneswar
Friday, March 29, 2024
Homeଓଡିଶାପାଇଖାନା ନକରି ଅର୍ଥ ତୋଷରପାତ ଅଭିଯୋଗ : ଆର୍‌ଟିଆଇ ଖୋଲିଲା ଗୁମର

ପାଇଖାନା ନକରି ଅର୍ଥ ତୋଷରପାତ ଅଭିଯୋଗ : ଆର୍‌ଟିଆଇ ଖୋଲିଲା ଗୁମର

ଢ଼େଙ୍କାନାଳ : ପ୍ରହସନ ପାଲଟିଛି ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା । ଗାଁରେ ପାଇଖାନା ନିର୍ମାଣ ହୋଇନଥିଲେ ମଧ୍ୟ ଗାଁ ମୁଣ୍ଡରେ ଫଳକ ମାରି ବାହ୍ୟ ମଳମୁକ୍ତ ବୋଲି ଦର୍ଶାଯାଇଛି । କେନ୍ଦ୍ର ସରକାର ପ୍ରତି ଘରେ ପାଇଖାନା ନିର୍ମାଣ କରିବାକୁ ଏକ ଯୋଜନା କାର୍ଯ୍ୟକାରୀ କଲେ । ସ୍ୱଛ ଭାରତ ମିସନ୍ ରେ ପାଇଖାନା ନିର୍ମାଣ ନାଁ ରେ ବ୍ୟାପକ ଦୁର୍ନୀତି ଖବର ଏବେ ସାମ୍ନାକୁ ଆସିଛି । ମାଲେ ମାଲେ ବିଭାଗୀୟ ଅଧିକାରୀ ଓ ସରପଞ୍ଚ । ସୂଚନା ଅଧିକାର ଆଇନ ଖୋଲିଲା ଗୁମର । କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବାଟଗାଁ ପଞ୍ଚାୟତରେ ପାଇଖାନା ନିର୍ମାଣ ରେ ବ୍ୟାପକ ଦୁର୍ନତୀ ହୋଇଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସୀ ପଞ୍ଚାୟତ, ଚକୁରିଆ, ବାଟଗାଁ, ତଣ୍ଡିମୁଣ୍ଡା, ବ୍ରାହ୍ମଣିଆ, ଢୋଲପଶି,କଇରାଟଙ୍ଗର,ସାଆଲା ଆଦି ଗ୍ରାମରେ ପାଇଖାନା ନଥିବା ବେଳେ ଗାଁ ବାହାରେ ଲୋଖା ହୋଇଛି ବାହ୍ୟମଳମୁକ୍ତ ଗାଁ । ଅଭିଯୋଗ ମୁତାବକ ପଞ୍ଚାୟତରେ ଦୁଇ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ସ୍ୱଚ୍ଛ ଭାରତ ମିସନ୍‌ରେ ପାଇଖାନା ନିର୍ମାଣ ନ କରି ସେମାନଙ୍କ ନାମରେ ନାମରେ ୧୨ ହଜାର ଟଙ୍କା ର ସମ୍ପୂର୍ଣ୍ଣ ବିଲ ହୋଇଛି ।

କେହି ବାହାରେ ମଳ ତ୍ୟାଗ କରିବେ ନାହିଁ । ସମସ୍ତଙ୍କ ଘରେ ପାଇଖାନା ରହିବ । ସମସ୍ତେ ପାଇଖାନା ବ୍ୟବହାର କରିବେ । ଏଭଳି ଉଦ୍ଦେଶ୍ୟ ନେଇ ପ୍ରଣୀତ ଯୋଜନାର ସୁଫଳ ମିଳୁନି।।ଯାହାର ଖୋଲସା କରିଛି ସୂଚନା ଅଧିକାର ଆଇନ । ଆଜାଦ ଏନଜିଓ, ମାଆ ବିରଜା ଏସଏଚଜି, ସତ୍ୟମିର ଏସଏଚଜି, ମାଆ କାଳି ଏସ୍‌ଏଚଜି, ଫ୍ରେଣ୍ଡ୍‌ସ୍ ଏନଜିଓ ନାମକ ୫ଟି ଏସ୍‌ଏଚ୍‌ଜି ଓ ଏନ୍‌ଜିଓ ସଂସ୍ଥାକୁ ପାଇଖାନା ନିର୍ମାଣ ପାଇିଁ ଦାୟିତ୍ୱ ଦିଆଯାଇଥିବା ବେଳେ ପାଇଖାନା ନକରି ମିଳିମିଶି ସମସ୍ତ ବିଲ କରି ଚଳୁ କରିଥିବା ଜଣାପଡିଛି ।
ସୂଚନା ମୁତାବକ ପଞ୍ଚାୟତର ଚକୁରିଆ ଗ୍ରାମରେ କାହାରି ପାଇଖାନା ନିର୍ମାଣ ହୋଇ ନଥିବା ବେଳେ ୨୨ ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ସମ୍ପୂର୍ଣ୍ଣ ବିଲ ହୋଇଛି । ସେହିପରି ବାଟଗାଁରେ କେଉଁଠି ମୂଳରୁ ପାଇଖାନା ନିର୍ମାଣ ହୋଇନି ତ କେଉଁଠି ଗୋଟିଏ ପାଇଖାନା କୁ ଦେଖାଇ ଦୁଇ ଦୁଇଟି ବିଲ ହୋଇଛି । ପଞ୍ଚାୟତରେ ମୋଟ ଏହିପରି ଦୁଇ ଶହରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ ନକରି ଖୋଦ ସରପଞ୍ଚ ବିଭାଗୀୟ ଅଧିକାରୀଙ୍କୁ ଧରି ଟଙ୍କା ହଡ଼ପ କରିଥିବାର ଖୋଲାସା କରିଛି ସୂଚନା ଅଧିକାରୀ ଆଇନ ।

ଚକୁରିଆ ଗ୍ରାମରରେ ସ୍ୱଚ୍ଛ ଭାରତ ଅଭିଯାନରେ କେହି ଜଣେ ବି ପାଇଖାନା ପାଇନଥିବା ବେଳେ ସରପଞ୍ଚ ଚଞ୍ଚକତା କରି ଜାନକୀ ସୋରେନକୁ ପାଇଖାନା ମିଳିଛି ବୋଲି ଦର୍ଶାଯାଇଛି ଓ ତାଙ୍କ ସ୍ୱାମୀଙ୍କ ନାମ ଦିଆଯାଇଛି ଚରଣ ଜେନା । ଆହୁରି ମଧ୍ୟ ସେହି ଗ୍ରାମର ରିନା ସିଧୁ ପାଇଖାନା ଦିଆଯାଇଛି ବୋଲି ଦର୍ଶାଯାଇଥିବା ବେଳେ ସେଥିରେ ଲଗାଯାଇଛି ଜଣେ ପୁରୁଷର ଫଟୋ । ସେହିଭଳି ବାଟଗାଁ ଗୋଡିସାହିର ବିଜୟ ସ୍ୱାଇଁଙ୍କ ୩ ପୁଅଙ୍କ ନାମରେ ପାଇଖାନା ଆସିଥିବା ବେଳେ ସରପଞ୍ଚ ସେମାନଙ୍କୁ ନିଜେ ନିଜେ କାମ କରିବାକୁ କହିଥିଲେ । କିନ୍ତୁ ୩ବର୍ଷ ପରେ ପାଇଖାନା ନିର୍ମାଣର ପଇସା ମିଳିଲା ନାହିଁ । ଏବେ ସୂଚନା ଅଧିକାର ତଥ୍ୟ ମଧ୍ୟମରେ ତାଙ୍କ ୩ପୁଅଙ୍କ ନାମରେ ବିଲ ହୋଇଥିବା ଜାଣିବାକୁ ପାଇଛନ୍ତି । ବାଟଗାଁ ପଞ୍ଚାୟତ ଗୋଡିସାହିର ହରପ୍ରିୟା ବରାଳ ପାଇଖାନା ନିର୍ମାଣ କରିବାକୁ ସରପଞ୍ଚ କହି ଆଉ ଧରାଛୁଆଁ ଦେଇନଥିଲେ । ବିଲ୍ ହୋଇନି ବୋଲି ସର୍ବଦା କହୁଥିବା ବେଳେ ଏବେ ତାଙ୍କ ନାମରେ ମଧ୍ୟ ବିଲ୍ ହୋଇସାରିଛି ବୋଲି ଆର୍‌ଟିଆଇ ତଥ୍ୟ ମାଧ୍ୟମରେ ଜାଣିବାକୁ ପାଇଛନ୍ତି ।

ଗ୍ରାମର ସୁମନ୍ତ ବରାଳ, ଗୋଲେଖ ବାରିକ, ସୁକୁମାର ଦେହୁରି, ପଞ୍ଚାନନ ବାରିକ, ଟୁନି ସେଠୀ, ଶାନ୍ତି ଦେହୁରୀ, ଗୁରେଇ ସେଠୀ, ରମେଶ ରାଉତ, ସୁନନ୍ଦା ବରାଳ, ସଂଯୁକ୍ତା ବରାଳ, ଦୀପ୍ତିମୟି ବରାଳ, ରୁକ୍ମିଣୀ ବରାଳ, ଟିକିଲି ବରାଳ, ବନ୍ଦନା ବରାଳ ବିଷୟ ବରାଶ, ବିମଳା ବରାଳ, ସଞ୍ଚୟ ପରିଡ଼ା, ସରୋଜ ରାଉତ, ନିରାକାର ରାଉତ, ବିଶ୍ୱନାଥ ରାଉତ, ସୌଦାମିନୀ ରାଉତ ପ୍ରଭୃତିଙ୍କର ପାଇଖାନା ହୋଇନଥିବା ବେଳେ ବିଲ ହୋଇସାରିଥିବା ଜଣାପଡ଼ିଛି । ଏ ନେଇ ପଞ୍ଚାୟତବାସୀ ଜାଣିବା ପରେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । କାମାକ୍ଷାନଗର ଉପଜିଲ୍ଲାପାଳ କହିଛନ୍ତି ତଦନ୍ତ କରାଯିବା ଓ ଦୋଷୀ ଯିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ଏବଂ ଲୋକ ମାନଙ୍କର ପାଇଖାନା କିପରି ନିର୍ମାଣ ହୋଇପାରିବ ତାହା ପାଇଁ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ । ସେପଟେ ଅଭିଯୋଗ ପରେ ସ୍ଥାନୀୟ ସରପଞ୍ଚ ଦୋଷ ମୁକ୍ତ ହେବା ପାଇଁ ତରବରିଆ ଭାବେ କାହାକୁ ସମ୍ପୂର୍ଣ୍ଣ ଟଙ୍କା ଦେବାର ପ୍ରତିଶ୍ରୁତି ଦେଉଛନ୍ତି ତ କାହାର ଘର ସମ୍ମୁଖରେ ପାଇଖାନା ନିର୍ମାଣ ସାମଗ୍ରୀ ପକାଉଛନ୍ତି । ଗାଁକୁ ସଫାସୁତୁରା ରଖିବାକୁ ଘରେ ଘରେ ନିର୍ମାଣ ହେଉଥିବା ପାଇଖାନା ଦୁର୍ନୀତି ସୀମା ଟପିଛି । ବାଟଗାଁ ପଞ୍ଚାୟତରେ ପାଇଖାନା ନିର୍ମାଣରେ ହୋଇଥିବା ବ୍ୟାପକ ଦୁର୍ନୀତି ଅଭିଯୋଗ ଉପରେ କେବେ ହେଉଛି କାର୍ଯ୍ୟାନୁଷ୍ଠାନ, ନା ତଦନ୍ତ ଆଳରେ ସ୍ଥାନୀୟ ବିଡିଓ ସମ୍ପୃକ୍ତି ଥିବା ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଓ ସଂପୃକ୍ତ ଏସ୍‌ଏଚ୍‌ଜି ଓ ଏନ୍‌ଜିଓ ସଂସ୍ଥାକୁ ଘଣ୍ଟ ଘୋଡ଼ାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking